www.samajalive.in
Friday, December 12, 2025
19.1 C
Bhubaneswar

ମାସକ ମଧ୍ୟରେ ମିଳିଲାନି ମନିଅର୍ଡ଼ର ଟଙ୍କା : ସାତପୁରୁଷର ବନ୍ଧୁ କଟିଲା

ଡେଲାଙ୍ଗ : କରୋନା ସୁରକ୍ଷା କଟକଣା ପାଇଁ ପିଇସାଙ୍କ ଦଶାହ ତୁଠ କ୍ରିୟାରେ ଯୋଗ ଦେଇ ନ ପାରି ପାରମ୍ପରିକ ବନ୍ଧୁତ୍ୱ ରକ୍ଷା ପାଇଁ ଖବର ପାଇବା ଦିନ ପୁରୀ ଜିଲା ଡେଲାଙ୍ଗ ଉପଡାକଘରଠାରୁ ମନିଅର୍ଡ଼ର ଦ୍ୱାରା ୧ ହଜାର ଟଙ୍କା ପଠାଯାଇଥିବା ସତ୍ତ୍ବେ ଏହି ଟଙ୍କା ପ୍ରାପକଙ୍କ ନିକଟରେ ପହଂଞ୍ଚି ପାରି ନ ଥିଲା କିମ୍ବା ପ୍ରେରକଙ୍କ ନିକଟକୁ ଫେରସ୍ତ ଆସି ନ ଥିବା ଏବଂ ଏହାକୁ ନେଇ ସାତ ପୁରୁଷର ବନ୍ଧୁ କଟିଲା ଭଳି ଅଘଟଣ ଘଟିଥିବା ଅଭିଯୋଗରେ ଦର୍ଶାଯାଇଛି।

ଡେଲାଙ୍ଗ ବ୍ଲକ୍ ସୁଜନପୁର ଗ୍ରାମର ରମେଶ ଚନ୍ଦ୍ର ମାନସିଂହ ଗତ ଜୁଲାଇ ୬ ତାରିଖରେ ପାତ୍ରପଡ଼ା (ଭୁବନେଶ୍ୱର) ପୋଷ୍ଟ ଅଫିସ୍ ଅଧୀନସ୍ଥ ପିଇସୀନାନୀ ବିଦ୍ୟୁତଲତା ଦାସ, ସ୍ୱାମୀ ସ୍ୱର୍ଗତ ବ୍ରହ୍ମାନନ୍ଦ ଦାସଙ୍କ ନାମରେ ପଠାଇଥିଲେ। ଟଙ୍କା ପଠାଇବା ପରେ ଉପ-ଡାକଘରେ ଅନୁସନ୍ଧାନରୁ ଏହା ଖଣ୍ଡଗିରି ଉପ-ଡାକଘର ରହିଛି ବୋଲି ସୂଚନା ପାଇଥିଲେ। ତେବେ ପିଇସାଙ୍କ ଶୁଦ୍ଧିକ୍ରିୟା ୧୭ ଜୁଲାଇ ବା ପୂର୍ବରୁ ଟଙ୍କା ପହଞ୍ଚାଇବା ଲକ୍ଷ୍ୟ ନେଇ ରମେଶ ପଠାଇଥିବା ଟଙ୍କା ଅଦ୍ୟାବଧି ଉଦ୍ଦିଷ୍ଟ ବ୍ୟକ୍ତିଙ୍କୁ ମିଳି ନ ଥିବା କିମ୍ବା ଫେରସ୍ତ ଆସି ନ ଥିବା ଯୋଗୁଁ ସାତପୁରୁଷର ବନ୍ଧୁ କଟିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ଡାକ ବିଭାଗର ଅବହେଳାକୁ ଦାୟୀ କରି ଓଡ଼ିଶା ମହାଡାକପାଳ ଓ ପୁରୀ ବରିଷ୍ଠ ଡାକ ତତ୍ତ୍ବାବଧାରକଙ୍କ ନିକଟରେ କ୍ଷତିପୂରଣ ଦାବି କରିବେ ବୋଲି ରମେଶ ସୂଚନା ଦେଇଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories