www.samajalive.in
Friday, December 5, 2025
26.1 C
Bhubaneswar

ଅଷ୍ଟ୍ରେଲିଆର ନଦୀ ତଟରେ ମିଳିଛି ଏଲିୟନ ଭଳି ଜୀବ ; ଲୋକେ ଦେଖି ଆଶ୍ଚର୍ଯ୍ୟ

ଏକ ଅତ୍ୟନ୍ତ ଦୁର୍ଲ୍ଲଭ ଓ ବୃହତ ଜୀବ ଅଷ୍ଟ୍ରେଲିଆର କେନେଟ ନଦୀର ମୁହାଣରେ ଦେଖିବାକୁ ମିଳିଛି। ଏହାକୁ ଦେଖି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଜୀବଟି ଦେଖିବାକୁ ଏଲିୟନ ସଦୃଶ ବୋଲି କୁହାଯାଉଛି। ଏହା ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରାନ୍ତରେ ଦକ୍ଷିଣ-ପଶ୍ଚିମ ତଟରେ ସ୍ଥିତ କେନେଟ ନଦୀର ମୁହାଣରେ ଦେଖାଯାଇଛି।
ଏଲିୟନ ଭଳି ଦେଖାଯାଉଥିବା ଏହି ଜୀବର ନାମ ସାମୁଦ୍ରିକ ସୂର୍ଯ୍ୟମାଛ। (ଓସିୟନ ସନଫିସ)। ଏହାକୁ ପ୍ରଥମେ ୨ଜଣ ପଶୁ ଡ଼ାକ୍ତର ତଟରେ ଦେଖିଥିଲେ। ତାଙ୍କ ମତରେ ସେ ପୂର୍ବରୁ କେବେ ଏଭଳି ଜୀବ ଦେଖିନଥିଲେ।
ସୂଚନା ଅନୁଯାୟୀ, ଏହି ମାଛଟି ପ୍ରାୟ ୨ ମିଟର ଲମ୍ବା ଉଚ୍ଚା।ମାତ୍ର ପରେ ଜଣାପଡି଼ଥିଲା ଯେ ଏହା ନିଜ ପ୍ରଜାତିର ଛୋଟ ମାଛ। ଏହାର ୨ ଗୁଣ ମାଛ ମଧ୍ୟ ରହିଛି।
ଏହାପରେ ଏହି ମାଛଟିକୁ ପର୍ଯ୍ୟଟକ ଦଳ ମଧ୍ୟ ଦେଖିଥିବା ଜଣାପଡ଼ିଛି। ସେ ମଧ୍ୟ କହିଲେ ଏହି ମାଛଟି ଏଲିୟନ ଭଳି ଦେଖାଯାଉଛି। ପୂର୍ବ ବର୍ଷ ଦକ୍ଷିଣ ଅଷ୍ଟ୍ରେଲିଆରେ ମଧ୍ୟ ଜଣେ ମାଛ ଧରାଳୀ ସନଫିସ୍ କୁ ଧରିଥିଲେ।
ଏକ ସୁସ୍ଥ ଓ ଉପଯୁକ୍ତ ବୟସ୍କ ସନଫିସ୍ ୩ ମିଟର ଲମ୍ବା, ୪.୨ମିଟର ଉଚ୍ଚ ଓ ପ୍ରାୟ ୨.୫ ଟନ ଓଜନର ହୋଇଥାଏ। ଏହା କ୍ଷତିକାରକ ଓ ଆକ୍ରମଣକାରୀ ହୋଇପାରେ। ଏହାସହ ଦେଖିବାକୁ ମଧ୍ୟ ସୁନ୍ଦର ହୋଇଥିବାରୁ ଏହାକୁ ବଡ଼ ବଡ଼ ଆକ୍ୱାରିୟରେ ମଧ୍ୟ ରଖାଯାଏ।
ମାଛ ବିଶେଷଜ୍ଞଙ୍କ ମତରେ ଏହି ମାଛ ସେବେ ହିଁ କୂଳକୁ ଆସନ୍ତି, ଯେବେ ଏମାନଙ୍କୁ କୌଣସି ବଡ଼ ଜାହାଜ କିମ୍ବା ଡ଼ଙ୍ଗା ଧକ୍କା ଦେଇଥାଆନ୍ତି। ବହୁ ସମୟରେ ଏହି ମାଛମାନେ ପ୍ଲାଷ୍ଟିକକୁ ଜେଲି ମାଛ ଭାବେ ଖାଇଦେଇଥାଆନ୍ତି, ଯାହା ଦ୍ୱାରା ଏମାନଙ୍କ ମୃତ୍ୟୁ ହୋଇଯାଏ।
ଏହି ମାଛ ସାଧାରଣତଃ ଦକ୍ଷିଣ ଅଷ୍ଟ୍ରେଲିଆର ସାମୁଦ୍ରିକ ତଟକୁ ଭାସି ଆସନ୍ତି। ମାତ୍ର ଏହା ଗଭୀର ସମୁଦ୍ରରେ ହିଁ ରହିଥାଆନ୍ତି। ଜାପାନ, କୋରିୟା, ତାଇବାନ ଭଳି ଦେଶରେ ଏହି ମାଛକୁ ଖାଦ୍ୟରେ ମଧ୍ୟ ସାମିଲ କରିଥାଆନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories