www.samajalive.in
Thursday, December 11, 2025
13.1 C
Bhubaneswar

୨ ଚର୍ଚ୍ଚିତ ଘଟଣାରେ ପୁଲିସକୁ ସଫଳତା-ରାଞ୍ଚି ଓ ଅନ୍ୟାନ୍ୟ ଅଞ୍ଚଳରୁ ୫ଗିରଫ, ନଗଦ ୭୦ହଜାର ଟଙ୍କା ଜବତ

ସୁନ୍ଦରଗଡ଼: ଗତ ୧୮ ଦିନ ମଧ୍ୟରେ ସହର ଓ ଆଖପାଖ ଅଞ୍ଚଳରେ ସଂଗଠିତ ଦୁଇ ଚର୍ଚ୍ଚିତ ଘଟଣାରେ ପୁଲିସକୁ ବେଶ ସଫଳତା ମିଳିଛି । ପୁଲିସ ଜିଲା ଓ ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୭୦ହଜାର ଟଙ୍କା ଜବତ କରିବା ସହ କୋର୍ଟ ଚାଲାଣ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ବୋଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସୂଚନା ଦେଇଛନ୍ତି । ଆଜି ଜିଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଦୁଇ ମାମଲା ସଂପର୍କରେ ବିବରଣୀ ଦେଇ ଏସ.ପି ସାଗରିକା କହିଲେ ଯେ, ସଦର ଥାନା ଅଞ୍ଚଳରୁ ଗତ ୨୮ ତାରିଖ ଦିନ ଜୈନିକା ଯୁବତୀକୁ ଅପହରଣ ପରେ ମଧ୍ୟପ୍ରଦେଶର ତାଲ ଥାନା ଅନ୍ତର୍ଗତ କାଓରାଖେଡ଼ି ଅଞ୍ଚଳରେ ଅଟକ ରଖି ଜୋରଜବରଦସ୍ତ ଅନ୍ୟଜଣକ ସହ ବିବାହ କରିଦେଇଥିଲେ । କୌଣସି ସୂତ୍ରରୁ ଅପହୃତା ଯୁବତୀ ନିଜ ପରିବାରବର୍ଗଙ୍କୁ ଫୋନରେ ଜଣାଇବାରୁ ପରିବାର ବର୍ଗ ଏ ସଂପର୍କରେ ସଦର ଥାନାକୁ ସୂଚନା ଦେଇଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାର ସୂଚନା ପାଇ ପୁଲିସ ସକ୍ରିୟତାର ସହ ମଧ୍ୟପ୍ରଦେଶର ସଂପୃକ୍ତ ଥାନା ଅଞ୍ଚଳକୁ ଯାଇ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ ୫ଜଣ ସଂପୃକ୍ତ ଥିବା ବେଳେ ଦୁଇଜଣଙ୍କୁ ସୋନପୁରରୁ ଓ ଜଣକୁ ସୁନ୍ଦରଗଡ଼ରୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ବୋଲି ସେ କହିଥିଲେ ।

 

- Advertisement -

ସେହିପରି ୧୬-୫ରେ ପାଲ ହୋଟେଲ ଛକରେ ଥିବା ଜୟବିଜୟ ହୋଟେଲରେ ରୁମ ବୁକ କରି ରହିଥିବା ଦୁଇ ଯୁବକ ​‌େ​‌ହାଟେଲ କାଉଣ୍ଟରରୁ ୧ଲକ୍ଷ୪୦ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ । ଏ ଘଟଣାରେ ପୁଲିସ ଦୁବୁର୍ତ୍ତଙ୍କ ରହଣୀ ସମୟରେ ହୋଟେଲରେ ଦେଇଥିବା ତଥ୍ୟ ଓ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ । ପରେ ଅଭିଯୁକ୍ତମାନେ ରାଞ୍ଚି ପଲାଇଯାଇଥିବାର ଜାଣି ପୁଲିସର ଏକ ଟିମ ରାଞ୍ଚିରୁ ଏମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୭୦ହଜାର ଟଙ୍କା ଜବତ କରି ସୁନ୍ଦରଗଡ଼ ଆଣିଥିଲେ । ପରେ ଏମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ.ପି ସୂଚନା ଦେଇଛନ୍ତି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ର, ସଦର ଥାନା ଅଧିକାରୀ ରମେଶ ମାହାନା, ଟାଉନ ଥାନା ଅଧିକାରୀ ଜଗଦୀଶ ବାରା ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories