www.samajalive.in
Wednesday, December 10, 2025
26.1 C
Bhubaneswar

ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଉଦ୍‌ଯାପିତ, ୧୧ ଗୋଟି ଜନଜାତିଙ୍କର ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶିତ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର (ଏସ୍‌ସିଏସ୍‌ଟିଆର୍‌ଟିଆଇ) ଦ୍ବାରା ଆୟୋଜିତ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ-୨୦୨୨ ଆଜି ଉଦ୍‌ଯାପିତ ହୋଇଛି।
ଆଜିର ଉଦ୍‌ଯାପନୀ ଉତ୍ସବରେ ୧୧ ଗୋଟି ଜନଜାତିଙ୍କର ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ମିଜୋରାମର ମିଜୋ ଜନଜାତିଙ୍କର ‘ଚେରାୱ ନୃତ୍ୟ’, ଯାହାକି ‘ବାମ୍ବୁ ନୃତ୍ୟ’ ଭାବେ ବେଶ୍‌ ଜଣାଶୁଣା ଅଟେ । ଆଜି ନୃତ୍ୟ ସମୟରେ କଳାକାରମାନଙ୍କ ଦ୍ୱାରା ଲମ୍ବା ବାଉଁଶ ବ୍ୟବହାର କରାଯାଇ ଓ ରଙ୍ଗୀନ ଏବଂ ଅନନ୍ୟ ନୃତ୍ୟ ପରିବେଷିତ ହୋଇଥିଲା । ଆସାମର ତିୱା ଜନଜାତିଙ୍କର ବାରାତ ମିଶାୱା ନୃତ୍ୟ, ଓଡ଼ିଶାର ‘କିସ୍‌’ ଛାତ୍ରଛାତ୍ରୀଙ୍କ ଦ୍ୱାରା ହୋ’ଜନଜାତିଙ୍କ ‘ବା’ ପରବ ନୃତ୍ୟ, ଉତ୍ତରପ୍ରଦେଶର ଗୋଣ୍ଡ ଜନଜାତିଙ୍କ ଦ୍ୱାରା କରମା ନୃତ୍ୟ, ଓଡ଼ିଶାର ପରଜା ଜନଜାତିଙ୍କର ଢେମ୍‌ସା ନୃତ୍ୟ, ସିକିମ୍‌ର ତାମଙ୍ଗ ଜନଜାତିଙ୍କ ଦ୍ୱାରା ଡାମ୍ଫୁ ନୃତ୍ୟ, ଗୁଜୁରାଟର କୁନ୍ୱି ଜନଜାତିଙ୍କ ଡୁଙ୍ଗରଦେବ ନୃତ୍ୟ, ମଣିପୁରର ରଙ୍ଗମେଇ/କାବୁଇ ଜନଜାତିଙ୍କ ସିମଲାମ ନୃତ୍ୟ, ଓଡ଼ିଶାର ଓରାଓଁ ଜନଜାତିଙ୍କ କରମା ନୃତ୍ୟ, ମହାରାଷ୍ଟ୍ରର ଗୋଣ୍ଡ ଜନଜାତିଙ୍କ ଧେମ୍‌ସା ନୃତ୍ୟ, ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ହାତୀ ନୃତ୍ୟ ପରିବେଷିତ ହୋଇଥିଲା ।

ଶ୍ରେଷ୍ଠ ନୃତ୍ୟଦଳ ଭାବେ ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ହାତୀ ନୃତ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶାର ଧରୁଆ ଜନଜାତିଙ୍କ ବିର୍‌ଲି ନୃତ୍ୟ ଦ୍ୱିତୀୟ ଏବଂ ଗୁଜୁରାଟଙ୍କର କୁନ୍ୱିି ଜନଜାତିଙ୍କ ଡୁଙ୍ଗରଦେବ ନୃତ୍ୟ ତୃତୀୟ ବିବେଚିତ ହୋଇଥିଲେ । ଏହି ବିଜେତା ନୃତ୍ୟ ଦଳମାନଙ୍କୁ ଯଥାକ୍ରମେ ୭୫ ହଜାର ଟଙ୍କା, ୫୦ ହଜାର ଟଙ୍କା ଏବଂ ୨୫ ହଜାର ଅର୍ଥରାଶି ସହିତ ମେମେଣ୍ଟୋ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା । ମଞ୍ଚରେ ସମବାୟ ବିଭାଗର ଶାସନ ସଚିବ ସଂଜୀବ ଚଢ଼ା, ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ଟି) ଗୁହା ପୁନମ ତାପସ କୁମାର, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର) ଅଖିଳ ବିହାରୀ ଓତା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜନଜାତି ମନ୍ତ୍ରଣାଳୟର ସହଯୋଗରେ ତିନିଦନ ଧରି ଆୟୋଜିତ ନୃତ୍ୟୋତ୍ସବରେ ଗୋଟିଏ ମଞ୍ଚରେ ଦର୍ଶକମାନେ ଭାରତବର୍ଷର ବିଭିନ୍ନ ରାଜ୍ୟର କଳାକାରଙ୍କ ଦ୍ୱାରା ପରିବେଷିତ ସୁନ୍ଦର ନୃତ୍ୟକୁ ଉପଭୋଗ କରିଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories