ବୋଲେରୋ ଉପରେ ମାଡିଗଲା ପୋକଲେନ୍‌‌ ; ୨ ମୃତ

ସୁନ୍ଦରଗଡ : ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ ଏକ ଅଘଟଣ ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। କୋଇଲା ଖଣିରେ ପୋକଲେନ୍‌‌ରେ କାମ କରିବା ବେଳେ ଏହି ଅଘଟଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେତେକ ଆହତ ହୋଇଛନ୍ତି। ବୋଲେରୋ ଉପରେ ପୋକଲେନ୍‌‌ ମାଡିଯିବାରୁ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଛତିଶିଗଡ ସ୍ଥାନାନ୍ତର ସମୟରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ କରାଯାଉଛି।

Comments are closed.