www.samajalive.in
Friday, December 12, 2025
26.1 C
Bhubaneswar

ଜାଣନ୍ତୁ ବର୍ତ୍ତମାନ ଅସହ୍ୟ ଗରମର କାରଣ

ଭୁବନେଶ୍ୱର : ଏବେ ଓଡ଼ିଶାର ଚାରିଆଡ଼େ ଅସହ୍ୟ ଗରମ ଅନୁଭୂତ ହେଉଛି। ରାଜ୍ୟ ସରକାର ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଦିଶା ନିର୍ଦେଶ ଜାରି କଲେଣି। କିଛି ଦିନ ତଳେ ଘଟିଥିବା ଅମ୍ପନ ଝଡ଼ ଏହାର କାରଣ ନୁହେଁତ? ସୂର୍ଯ୍ୟର ଅବସ୍ଥିତିରେ କିଛି ପରିବର୍ତ୍ତନ ହୋଇଛି କି? ଏ ବିଷୟରେ କିଛି ଭ୍ରମାତ୍ମକ ଖବର ସୋସିଆଲ୍‍ ମିଡ଼ିଆରେ ଭାଇରାଲ୍‍ ହେଉଛି।

ତେବେ ଆସନ୍ତୁ ଏହାର ପ୍ରକୃତ କାରଣ ଜାଣିବା:-
ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଆମେ ସବୁଦିନ ଦେଖୁ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୁଅନ୍ତି। କିନ୍ତୁ ବର୍ଷସାରା ଲକ୍ଷ୍ୟ କଲେ ଆମେ ଦେଖିବା ଯେ ସୂର୍ଯ୍ୟ ସବୁଦିନ ଏକା ସ୍ଥାନରୁ ଉଦୟ ହୁଏ ନାହିଁ କିମ୍ବା ଏକା ଜାଗାରେ ଅସ୍ତ ଯାଏ ନାହିଁ। ସେଥିପାଇଁ ଆମେ ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ଦେଖିଥାଏ। ଆମେ ଜାଣିଛୁ ଯେ ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ମଧ୍ୟ ଘୁରୁଛି। ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ୨୧ ତାରିଖରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ ଓ ସେହିଠାରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟଣ ଗତି କହିଥାଉ। ଏହିପରି ଦକ୍ଷିଣ ଦିଗକୁ ଢ଼ଳିଢ଼ଳି ୬ ମାସ ପରେ ୨୨ ଡିସେମ୍ବର ବେଳକୁ ସୂର୍ଯ୍ୟ ବିଷୁବରେଖାଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ସେ ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ହୋଇଥାଏ। ରାତି ଛୋଟ ଓ ଦିନ ବଡ଼ ହୋଇଥାଏ। ଯେଉଁଦିନ ସୂର୍ଯ୍ୟ ଠିକ୍‍ ମକରକ୍ରାନ୍ତି ଉପରେ ଗତି କରିଥାଏ, ସେହି ଅଞ୍ଚଳଗୁଡ଼ିକରେ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ସିଧା ସଳଖ ମୁଣ୍ଡ ଉପରେ ରହିଥାଏ। ଆମ ଓଡ଼ିଶା ୧୮ରୁ ୨୨ ଡିଗ୍ରୀ ଅକ୍ଷାଂଶ ଭିତରେ ରହିଛି। ତେଣୁ ଓଡ଼ିଶାରେ ସୂର୍ଯ୍ୟ ସିଧା ସଳଖ ମୁଣ୍ଡ ଉପରେ ମେ ୧୮ ତାରିଖରୁ ଜୁନ୍‍ ୩ ତାରିଖ ଭିତରେ ଆମର ଅବସ୍ଥିତି ଅନୁସାରେ କୌଣସି ଏକ ଦିନରେ ରହିଥାଏ। ଯେପରିକି ଗଜପତି ଜିଲା ପାଇଁ ଏହା ମେ’ ମାସ ୧୮ ତାରିଖ ହୋଇଥିଲାବେଳେ ରାଉରକେଲା ସହରରେ ଏହା ଜୁନ୍‍ ୩ ତାରିଖରେ ଆସିଥାଏ; ଯେଉଁଦିନ ମଧ୍ୟାହ୍ନରେ ସୂର୍ଯ୍ୟ ସିଧା ସଳଖ ମୁଣ୍ଡ ଉପରେ ରହେ।
ଭୁବନେଶ୍ୱର ପାଇଁ ଏହା ମେ’ ୨୨ ତାରିଖ ଅଟେ। ଫଳରେ ଏହି ତାରିଖରୁ ୭ଦିନ ମଧ୍ୟରେ ଆମ ନିକଟକୁ ସୂର୍ଯ୍ୟ କିରଣ ପୂରା ଲମ୍ବ ଭାବରେ ବା ସିଧାସଳଖ ଆସିଥାଏ। ସେତେବେଳେ ପରିବେଶ ଅଧିକ ଉତ୍ତପ୍ତ ହୋଇଥାଏ। ଏହାସହିତ ବାୟୁ ଚଳାଚଳ ଓ ଏହାର ବହିବାର ଦିଗ ଉପରେ ମଧ୍ୟ ପରିବେଶର ଉତ୍ତାପ କିଛିଟା ନିର୍ଭର କରେ। ତେଣୁ ଏହା ଏକ ସ୍ୱାଭାବିକ ଓ ସାଧାରଣ ଘଟଣା। ଏଥିପାଇଁ ବ୍ୟସ୍ତ ବା ଭୟଭିତ ହେବାର କୌଣସି କାରଣ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories