ମୁରିବାହାଲ : ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ସାଲେଭଟା ଗ୍ରାମର ଅକ୍ଷ ବଛାଙ୍କ ପୁଅ ଅର୍ଜୁନ ବଛା(୩୨) ଗତକାଲି ଅପରାହ୍ନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପରିବାର ସହ କଳି ଝଗଡା କରି ଘର ଭିତରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।ଅର୍ଜୁନର ଗୋଟିଏ ଚାରି ବର୍ଷର ପୁଅ ଥିବାବେଳେ ତାଙ୍କର ସ୍ତ୍ରୀ ମଧ୍ୟ ରହିଛନ୍ତି। ମୁରିବାହାଲ ପୋଲିସ ଆଇଆଇସି ତାରା ଜସ୍ମିନ ଗୁରିଆ ଶବକୁ ଜବତ କରି ଟିଟିଲାଗଡ଼ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
Popular Categories



