www.samajalive.in
Wednesday, December 10, 2025
26.1 C
Bhubaneswar

‘ପେଙ୍ଗୁଇନକୁ ଗୁସସା କ୍ୟୁଁ ଆତା ହେଁ’: ଅର୍ଣ୍ଣବଙ୍କ ଗିରଫ ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରଙ୍କୁ କଙ୍ଗନାଙ୍କ ଆକ୍ଷେପ

ଦୁଇ ବର୍ଷ ପୁରୁଣା ମାମଲାରେ ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଙ୍କ ଘରୁ ବୁଧବାର ସକାଳେ ମୁମ୍ବାଇ ପୁଲିସ ଗିରଫ କରିଛି। ସେମାନଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଜଣେ ଇଣ୍ଟରିୟର ଡ଼ିଜାଇନର ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ଲାଗି ବାଧ୍ୟ କରିବା ଅଭିଯୋଗରେ ଅର୍ଣବଙ୍କ ବିରୋଧରେ ପୁଲିସ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଅର୍ଣବଙ୍କ ଗିରଫକୁ ନେଇ ଏଡ଼ିଟର୍ସ ଗିଲ୍ଡ଼ ଉଦବେଗ ପ୍ରକାଶ କରିଛି । ବିଭିନ୍ନ ମହଲରେ ଏହି ଗିରଫଦାରୀକୁ ନିନ୍ଦା କରାଯାଇଛି । ଏହି ସ୍ଥିତିରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱାତଙ୍କ ‘ପେଙ୍ଗୁଇନ୍’ ଟ୍ବିଟ୍ ଭାଇରାଲ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆକ୍ଷେପ କରି ‘ପେଙ୍ଗୁଇନକେ ଗୁସସା କ୍ୟୁଁ ଆତା ହୈ’ ବୋଲି ଟ୍ବିଟରେ ଲେଖିଛନ୍ତି ।

- Advertisement -

ସେ ଟ୍ବିଟରେ ଲେଖିଛନ୍ତି – ଆପଣ କେତେ ଘର ଭାଙ୍ଗିବେ?  ମୁଁ ମହାରାଷ୍ଟ୍ର ସରକାରଙ୍କୁ ପଚାରିବାକୁ ଚାହେଁ ଯେ ଆପଣ ଆଜି ଅର୍ଣ୍ଣବ ଗୋସ୍ୱାମୀଙ୍କ ଘରେ ଧସେଇ ପଶିଛନ୍ତି । ତାଙ୍କ ମୁଣ୍ଡର କେଶ ଭିଡ଼ିଛନ୍ତି, ଆକ୍ରମଣ କରିଛନ୍ତି । ତୁମେ କେତେ ଘର ଭାଙ୍ଗିବ, କେତେ ଗଳା, କେତେ କେଶ ଟାଣିବ, କେତେ ସ୍ୱର ବନ୍ଦ କରିବ?

ସେହିପରି ମହାରାଷ୍ଟ୍ର ସରକାରଙ୍କୁ ସେ ସୋନିଆ ସେନା ବୋଲି ଉଲ୍ଲେଖ କରିଛନ୍ତି । ପଚାରିଛନ୍ତି କେତେ ଲୋକଙ୍କ ପାଟି ବନ୍ଦ କରିବ । ଅତୀତରେ ଅନେକ ସହିଦଙ୍କ ମୁଣ୍ଡ କାଟି ଦିଆଯାଇଛି, ଫାଶୀ ଦିଆଯାଇଛି । ଆପଣ କେତେଜଣଙ୍କ ସ୍ବର ବନ୍ଦ କରିବେ? ଆପଣଙ୍କୁ କେହି ପେଙ୍ଗୁଇନ କହିଲେ ଆପଣଙ୍କୁ ରାଗ ଆସୁଛି । ତେଣୁ ଏବେ ଆପଣ ତ ପେଙ୍ଗୁଇନ ପରି ଲାଗୁଛନ୍ତି । ତେଣୁ ଆପଣଙ୍କୁ ପେଙ୍ଗୁଇନ କୁହାଯିବା  ଯଥାର୍ଥ । ଯଦି ଆପଣ ପପ୍ପୁ ପରି କାମ କରିବେ ଲୋକ ଆପଣଙ୍କୁ ପପ୍ପୁ ସେନା ବି କହିବେ । ସୋନିଆ ସେନା କହିଲେ ଯଦି ତୁମକୁ କ୍ରୋଧ ଆସୁଛି, ତେବେ ତୁମେ ସୋନିଆ ସେନା ବୋଲି କଙ୍ଗନା ଉଲ୍ଲେଖ କରିଛନ୍ତି ।

ସେ ସେୟାର କରିଥିବା ଭିଡ଼ିଓର ଶୀର୍ଷକରେ ଲେଖିଛନ୍ତି ମହାରାଷ୍ଟ୍ର ସରକାରଙ୍କ ନିମନ୍ତେ ସନ୍ଦେଶ । ସ୍ବାଧୀନତାର ଋଣ ପରିଶୋଧ କରିବାକ ହେବ ବୋଲି ଉଲ୍ଲେଖ କରି ଅର୍ଣବଙ୍କ ପ୍ରସଙ୍ଗ ସେ ଏଥିରେ ଲେଖିଛନ୍ତି । ମହାରାଷ୍ଟ୍ର ସରକାର ତାଙ୍କର ଶାଶୁ, ଶଶୁର, ପତ୍ନୀଓ ପୁଅଙ୍କୁ ପିଟିଛନ୍ତି ବୋଲି ମଧ୍ୟ କଙ୍ଗନା ଉଲ୍ଲେଖ କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories