ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଭୁବନେଶ୍ବର ମାଉସୀ ମାଆ ମନ୍ଦିର ଅଞ୍ଚଳରେ ଥିବା ବାସ ଭବନରେ ତାଙ୍କର ପରଲୋକ ହୋଇଛି।
ସୂର୍ଗତ ସୁଧାଂଶୁ ମୋହନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସହିତ ବିଭିନ୍ନ ପଦପଦବୀରେ ସଫଳତର ସହ କାର୍ଯ୍ୟ କରିଥିଲେ। ଜଣେ ଲୋକ ପ୍ରିୟ ପ୍ରଶାସକ ଭାବେ ଖ୍ୟାତି ଅର୍ଜନ କରିଥିବା ସୁଧାଂଶୁ ମୋହନ ପଟ୍ଟନାୟକ ରାଜ୍ୟ ମାନବାଧିକାର ଆୟୋଗର ପ୍ରଥମ ସଦସ୍ୟ ଥିଲେ। ଏହାସହିତ ଷ୍ଟାଫ ସିଲେକ୍ସନ ଓ କୃଷି କମିଶନ ଅଧ୍ୟକ୍ଷ ମଧ୍ୟ ଥିଲେ ସୁଧାଂଶୁ ମୋହନ ପଟ୍ଟନାୟକ ।



