www.samajalive.in
Sunday, December 14, 2025
14.1 C
Bhubaneswar

ସୁଦର୍ଶନପୁରରେ ବ୍ୟାପୁଛି କିଡନୀ ରୋଗ: ଜଣାପଡ଼ିନି କାରଣ, ଚିନ୍ତାରେ ଗ୍ରାମବାସୀ

ତିଗିରିଆ: ତିଗିରିଆ ବ୍ଳକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମରେ ବର୍ଷାନୁକ୍ରମେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି। ଗ୍ରାମରେ ଗତ ୭/୮ ବର୍ଷ ମଧ୍ୟରେ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କର କିଡନୀ ରୋଗରେ ମୃତ୍ୟୁ ହୋଇଥିବା ବେଳେ ଏବେ ଆହୁରି ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଜଣାପଡ଼ିଛି। ତେବେ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମର କିଡନୀ ରୋଗୀଙ୍କ ଚିହ୍ନଟ ପାଇଁ ନିଷ୍ପତ୍ତି ହୋଇଥିବା ତିଗିରିଆ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗ୍ରାମଟି ସୋରିଷପାଳ ଜଙ୍ଗଲର ଏକ ପାହାଡ଼ ଶଯ୍ୟାରେ ରହିଥିବା ବେଳେ ଏହାର ଲୋକ ସଂଖ୍ୟା ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ହେବ। ଗ୍ରାମର ୯୦ ଭାଗ ଲୋକ କୃଷିଜୀବୀ ରହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ପ୍ରାୟ ୩୫ରୁ ୪୫ ବର୍ଷ ପରର ଲୋକେ ଏହି କିଡନୀ ରୋଗରେ ବିଶେଷ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗ୍ରାମରେ ପାନୀୟ ଜଳ ପାଇଁ ରହିଥିବା ବସୁଧା ଜଳ ପ୍ରକଳ୍ପ ହେଉ କି ନଳକୂପ ସବୁଥିରେ ଅତ୍ୟଧିକ ମାତ୍ରାରେ ଲୌହ ଯୁକ୍ତ ଜଳ ମିଳୁଛି। ଏହାକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରି ଆସୁଛନ୍ତି । ତେବେ ଏହି ରୋଗର କାରଣ କେବଳ ଜଳ ନା ଅନ୍ୟକିଛି କାରଣ ରହିଛି ତାହାକୁ ନେଇ ଲୋକେ ସନ୍ଦିହାନ ଅବସ୍ଥାରେ ରହିଛନ୍ତି। ଗରିବ ଚାଷୀବର୍ଗର ଏଠାକାର ଅଧିବାସୀ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ବାବଦରେ ଦୀର୍ଘ ମିଆଦରେ ଅର୍ଥ ଶ୍ରାଦ୍ଧକରି ଆର୍ଥିକ ଦୁଃପରିସ୍ଥିତିରେ ପଡ଼ିଚାଲିଛନ୍ତି । ଅନେକ ଶେଷରେ ପ୍ରାଣ ହାରୁଛନ୍ତି । ଗତ ପ୍ରାୟ ଦୁଇ ବର୍ଷ ତଳେ ଆଇ ସି ଏମ ଆର ପକ୍ଷରୁ ଏକ ଦଳ ଗ୍ରାମକୁ ଆସି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ ମଧ୍ୟ ତାହାର କୌଣସି ନିଷ୍କର୍ଷ ସ୍ଥାନୀୟ ଲୋକେ ପାଇନଥିବା ଲୋକେ କହିଛନ୍ତି ।

- Advertisement -

କେବଳ ସୁଦର୍ଶନପୁର ନୁହେଁ ଉକ୍ତ ପାଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ଶେଷଗାଁ ଏଵଂ ତେନ୍ତୁଳିରଗଡ଼ିରେ ମଧ୍ୟ ଅନେକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିବା ଅଭିଯୋଗ ହେଉଛି। ତେବେ ଏହି ରୋଗରେ ସଂଖ୍ୟାଧିକ ଭାବେ ଲୋକେ ଆକ୍ରାନ୍ତ ହେବାର କାରଣ ଖୋଜିବା ସହିତ ଏହାର ନିରାକରଣ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ସ୍ଥାନୀୟ ଜନ ସାଧାରଣ ଓ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଦାବି କରିଛନ୍ତି। ତିଗିରିଆ ବ୍ଲକରେ କାର୍ଯ୍ୟକ୍ଷମ ଥିବା ଆଦର୍ଶ ଗ୍ରାମୀଣ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ମଧ୍ୟ ଏ ଦିଗରେ ଗୁରୁତ୍ବର ସହ ଦୃଷ୍ଟିଦେବାକୁ ସ୍ଥାନୀୟ ଜନପ୍ରତିନିଧିମାନେ ମତ ପ୍ରକାଶ କରିଛନ୍ତି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories