www.samajalive.in
Friday, December 12, 2025
27.1 C
Bhubaneswar

ସୁନା ଖଣିରେ ଅଘଟଣ, ୩୮ ଶ୍ରମିକ ମୃତ

କାଇରୋ: ସୁଦାନର ପଶ୍ଚିମ କୋର୍ଡୋଫାନ୍ ଅଞ୍ଚଳରେ ଥିବା ସୁନା ଖଣିରେ ବଡ଼ ଧରଣର ଅଘଟଣ । ଖଣିର କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ୩୮ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଶ୍ରମିକ ମାନେ ସୁନା ଖଣିରେ କାମ କରୁଥିଲେ । ହଠାତ୍‍ ଖଣିର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା । ଫଳରେ ମାଟି ତଳେ ଚାପି ହୋଇ ୩୮ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାକୁ ନେଇ ସୁଦାନ ସରକାର ବିବୃତି ରଖିଛନ୍ତି । ସରକାର କହିଛନ୍ତି କି ଖଣିଟି ବନ୍ଦ ରହିଥିଲା । ଗୋଟିଏ କମ୍ପାନୀ ଏହାକୁ ପରିଚାଳନା ଦାୟିତ୍ୱ ନେଇଥିଲା । ହେଲେ ବର୍ତ୍ତମାନ ଏହି ଖଣି ଖୋଲିବାର ଅନୁମତି ନଥିଲା । ଅନୁମତି ନଥିବା ପରେ ବି ଖଣି ଭିତରେ କିପରି କାମ କରାଯାଉଥିଲା ତାହା ତଦନ୍ତ ହେବ । ଏଥିପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଖଣିମଧ୍ୟରେ କିଛି ଲୋକ ଫସି ରହିଥିବା ମଧ୍ୟ ଅନୁମାନ କରାଯାଉଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories