www.samajalive.in
Monday, December 8, 2025
20.1 C
Bhubaneswar

ସଫଳ ପ୍ରେମ ବିବାହ ପାଇଁ ରାଶି ଅନୁଯାୟୀ କରନ୍ତୁ ଉପାୟ

ପ୍ରେମ କରିବା ସହଜ, କିନ୍ତୁ ଏହାକୁ ବିବାହ ରୂପ ଦେବା କଷ୍ଟସାଧ୍ୟ। ଯେଉଁମାନଙ୍କର ପ୍ରେମ, ବିବାହରେ ପରିଣତ ନ ହୁଏ, ସେମାନଙ୍କ ଜୀବନରେ ନିରାଶର ଛାୟା ଖେଳିଯାଏ। ଏହା ପଛରେ ଅନେକାଂଶରେ ଗ୍ରହର ପ୍ରଭାବ ରହିଥାଏ ବୋଲି ଜ୍ୟୋର୍ତିବିତ୍ ମତ ଦିଅନ୍ତି। ତେବେ ଜାଣନ୍ତୁ ରାଶି ଅନୁସାରେ କେଉଁ ଉପାୟ ଅବଲମ୍ବନ କଲେ ପ୍ରେମ ବିବାହ ସଫଳ ହୋଇ ପାରିବ।

ମେଷ: ଏମାନଙ୍କ ବିବାହ ସୂର୍ଯ୍ୟ ଦେବତାଙ୍କ କାରଣରୁ ହୋଇଥାଏ ଓ ଶନି ଦେବତାଙ୍କ କାରଣରୁ ଭାଙ୍ଗିଥାଏ। ପ୍ରେମ ବିବାହକୁ ସଫଳ କରିବା ପାଇଁ ନିତିଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଶନିବାର କଳା ବସ୍ତୁ ଦାନ କରନ୍ତୁ।

- Advertisement -

ବୃଷ: ଏମାନଙ୍କ ପ୍ରେମ ବିବାହ ମଙ୍ଗଳ କାରଣରୁ ହୋଇଥାଏ ଓ ବୃହସ୍ପତି କାରଣରୁ ଭାଙ୍ଗିଥାଏ। ପ୍ରେମ ବିବାହକୁ ସଫଳ କରିବା ପାଇଁ ମଙ୍ଗଳବାର ଉପାବାସ କରନ୍ତୁ ଏବଂ ବୃହସ୍ପତି ବାର ମାନେ ଗୁରୁବାର ଦିନ ହଳଦିଆ ବସ୍ତୁ ଦାନ କରନ୍ତୁ।

ମିଥୁନ: ଏମାନଙ୍କ ପ୍ରେମ ବିବାହ ଶୁକ୍ର ପ୍ରଭାବରେ ହୋଇଥାଏ ଏବଂ ମଙ୍ଗଳ ପ୍ରଭାବରେ ଭାଙ୍ଗିଯାଏ। ଚାନ୍ଦି ବା ଧଳା ରଙ୍ଗ ପ୍ରୟୋଗରେ ପ୍ରେମ ବିବାହ ସଫଳ ହୋଇଥାଏ । ନାଲି ରଙ୍ଗରୁ ଦୂରେଇ ରୁହନ୍ତୁ ଏବଂ ମଙ୍ଗଳବାର ଦିନ ଗୁଡ ଦାନ କରନ୍ତୁ।

କର୍କଟ: ଏମାନଙ୍କ ପ୍ରେମ ବିବାହରେ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଶନିଦେବଙ୍କର ହୋଇଥାଏ। ପ୍ରେମ ବିବାହକୁ ସଫଳ କରିବା ପାଇଁ ଶନି ମନ୍ତ୍ର ଜପ କରନ୍ତୁ। କଳା ରଙ୍ଗ ବ୍ୟବହାର କରନ୍ତୁ ନାହିଁ ଏବଂ ହଳଦିଆ ରଙ୍ଗ ପ୍ରୟୋଗ କରନ୍ତୁ।

ସିଂହ: ଏମାନଙ୍କ ପ୍ରେମ ବିବାହରେ ଶନିଦେବତାଙ୍କର ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ବୁଧ ଗ୍ରହ ପ୍ରଭାବରେ ଭାଙ୍ଗିଥାଏ। ସଫଳ ପ୍ରେମ ବିବାହ ପାଇଁ ହାଲକା ନୀଳ ରଙ୍ଗ ପ୍ରୟୋଗ କରନ୍ତୁ ଏବଂ ବୁଧବାର ଦିନ  ସବୁଜ ବସ୍ତୁ ଦାନ କରନ୍ତୁ।

କନ୍ୟା: ଏହି ରାଶିର ପ୍ରେମ ବିବାହ ଶନିଙ୍କ କୃପାରୁ ହୋଇଥିବା ବେଳେ ମଙ୍ଗଳ ପ୍ରଭାବରେ ଭାଙ୍ଗିଥାଏ । ପ୍ରେମ ବିବାହ ପାଇଁ ଶନି ମନ୍ତ୍ର ଜପ କରନ୍ତୁ ଏବଂ ହାଲକା ନୀଳ ରଙ୍ଗ ପ୍ରୟୋଗ କରନ୍ତୁ। ପ୍ରତି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ସିନ୍ଦୁର ଚଢାନ୍ତୁ ଏବଂ ଏହି ଦିନ ଲୁଣ ଖାଆନ୍ତୁ ନାହିଁ।

ତୁଳା: ଏମାନଙ୍କର ପ୍ରେମ ବିବାହ ମଙ୍ଗଳ ପ୍ରଭାବରେ ହୋଇଥାଏ ଓ ବୃହସ୍ପତି ପ୍ରଭାବରେ ଭାଙ୍ଗିଥାଏ। ପ୍ରେମ ବିବାହରେ ସଫଳ ହେବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ। ପ୍ରତି ବୃହସ୍ପତି ବାର ମାନେ ଗୁରୁବାର ଦିନ କଦଳୀ ଦାନ କରନ୍ତୁ ଏବଂ ଜଳରେ ହଳଦୀ ପକାଇ ସ୍ନାନ କରନ୍ତୁ।

ବିଛା: ଏହି ରାଶିର ପ୍ରେମ ବିବାହ ଶୁକ୍ର କାରଣରୁ ହୋଇଥାଏ ଏବଂ ବୁଧ ପ୍ରଭାବରୁ ଭାଙ୍ଗିଥାଏ। ଶୁକ୍ରମନ୍ତ୍ର ଜପ କରନ୍ତୁ ଏବଂ ପ୍ରତିଦିନ ହଲକା ସୁଗନ୍ଧ ବା ଅତର ବ୍ୟବହାର କରନ୍ତୁ। ବୁଧବାର ଦିନ ମୁଗ ଡାଲି ଦାନ କରନ୍ତୁ।

ଧନୁ: ଏମାନଙ୍କ ପ୍ରେମ ବିବାହ ମଙ୍ଗଳ କାରଣରୁ ହୋଇଥାଏ ଏବଂ ଶନି କୋପରୁ ଭାଙ୍ଗିଥାଏ। ତମ୍ବା ଧାରଣ କରନ୍ତୁ, ଗୋଲାପ ରଙ୍ଗ ପ୍ରୟୋଗ କରନ୍ତୁ ଏବଂ ମୁଗ ଖାଆନ୍ତୁ। ଶନିବାର କଳା ବସ୍ତୁ ଦାନ କରନ୍ତୁ।

ମକର: ଏହି ରାଶିର ଲୋକଙ୍କ ପ୍ରେମବିବାହ ହେବା ଓ ଭାଙ୍ଗିବା ଗୋଟିଏ ଗ୍ରହ ଚନ୍ଦ୍ରମା କାରଣରୁ ହୋଇଥାଏ। ଚାନ୍ଦି ଧାରଣ କରନ୍ତୁ ଏବଂ ଚମକୁଥିବା ଧଳା ରଙ୍ଗ ପ୍ରୟୋଗ କରନ୍ତୁ। ଶିବ ଠାକୁରଙ୍କୁ ଉପାସନା କରନ୍ତୁ।

କୁମ୍ଭ: ଏମାନଙ୍କ ପ୍ରେମ ବିବାହ ସୂର୍ଯ୍ୟ ଦେବତା କାରଣରୁ ହୋଇଥାଏ ଏବଂ ଅନେକାଂଶରେ ମଙ୍ଗଳ କାରଣରୁ ଭାଙ୍ଗିଯାଏ। ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ରବିବାର ଉପବାସ କରନ୍ତୁ। ନାଲି ରଙ୍ଗର ବ୍ୟବହାର କରନ୍ତୁ ନାହିଁ ଏବଂ ନିୟମିତ ହନୁମାନଙ୍କ ଦର୍ଶନ କରନ୍ତୁ ।

ମୀନ: ଏମାନଙ୍କ ପ୍ରେମ ବିବାହ ଚନ୍ଦ୍ରମା କାରଣରୁ ହୋଇଥାଏ ଏବଂ ବୁଧ କାରଣରୁ ଭାଙ୍ଗିଯାଏ। ଭଗବାନ ଶିବ ଠାକୁରଙ୍କୁ ଉପାସନା କରିବା ସହ ପୂର୍ଣ୍ଣିମା ଦିନ ଉପବାସ ରଖନ୍ତୁ। ସବୁଜ ରଙ୍ଗରୁ ଦୂରେଇ ରୁହନ୍ତୁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories