www.samajalive.in
Monday, December 8, 2025
20.1 C
Bhubaneswar

ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନ୍‌ସାରୀଙ୍କ ବିରୋଧରେ ର’ ଗୁପ୍ତତଥ୍ୟ ପ୍ରଘଟ ଅଭିଯୋଗ

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ଭାରତୀୟ ଗୋଇନ୍ଦା ସଂସ୍ଥା ର’(ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ)ର ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗ ଆସିଛି। ର’ର ପୂର୍ବତନ ଅଧିକାରୀ ଏନ.କେ. ସୁଦ୍‌ ଏହି ଅଭିଯୋଗ ଆଣିଛନ୍ତି। ହମିଦ ଅନସାରୀ ଇରାନର ତେହେରାନରେ ଭାରତୀୟ ରାଷ୍ଟ୍ରଦୂତ ଥିବାବେଳେ ର’ ଗୁପ୍ତତଥ୍ୟ ତଥା କାର୍ଯ୍ୟକର୍ତ୍ତାଙ୍କ ସମ୍ପର୍କରେ ପ୍ରଘଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ସୁଦ୍‌ ଅଭିଯୋଗ କରିଛନ୍ତି। ଫଳରେ ସେତେବେଳେ ର’ ୟୁନିଟ୍‌ରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା ବୋଲି ସେ କହିଛନ୍ତି। ଏହା ସହିତ ଅନସାରୀଙ୍କୁ ୨ଥର ଲଗାତାର ଉପରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯିବା ଉପରେ ମଧ୍ୟ ସୁଦ୍‌ ପ୍ରଶ୍ନ ଉଠାଇଛନ୍ତି।

ସୁଦ୍‌ ଟ୍ବିଟ କରି କହିଛନ୍ତି, ୨୦୧୦ରେ ସେ ଫରେନ ଇଣ୍ଟେଲିଜେନ୍ସ ଏଜେନ୍ସିରୁ ଅବସର ନେଇଥିଲେ। ସେ ଯେତେବେଳେ ତେହେରାନରେ ନିଯୁକ୍ତ ହୋଇଥିଲେ ସେତେବେଳେ ଅନସାରୀ ଇରାନର ଭାରତୀୟ ରାଷ୍ଟ୍ରଦୂତ ଥିଲେ। ଏହି ସମୟରେ ଅନସାରୀ ଇରାନରେ କାର୍ଯ୍ୟରତ ଥିବା ର’ ୟୁନିଟ୍‌ର ଗୁପ୍ତ ତଥ୍ୟ ପ୍ରଘଟ କରିବାରେ ପ୍ରମୁଖ ଭୂମିକା ନେଇଥିଲେ।

- Advertisement -

ସୁଦ୍‌ଙ୍କ ଟ୍ବିଟ୍‌ ଉପରେ ବିଜେପିର ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟନ ସ୍ବାମୀ କହିଛନ୍ତି, ଅନ୍‌ସାରୀ କମ୍ୟୁନିଷ୍ଟ ପ୍ରାର୍ଥୀ ଥିଲେ ଏବଂ ୟୁପିଏ ତାଙ୍କୁ ସମର୍ଥନ ଦେଇଥିଲା।

ସୂଚନାଯୋଗ୍ୟ, ୧୯୬୧ରେ ଅନସାରୀ ଭାରତୀୟ ବିଦେଶ ସେବାରେ ଯୋଗଦେଇଥିଲେ ଏବଂ ଇରାକ, ମରକ୍କୋ, ବେଲଜିୟମ ଏବଂ ସାଉଦି ଆରବରେ କାର୍ଯ୍ୟ କରିଥିଲେ। ଏହା ସହିତ ସେ ୟୁଏଇ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇରାନ(୧୯୯୦-୧୯୯୨) ଏବଂ ସାଉଦି ଆରବରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories