www.samajalive.in
Monday, December 8, 2025
20.1 C
Bhubaneswar

ଜାଣନ୍ତୁ, କେଉଁ ଦିଗରେ ପେଚା ଦେଖିଲେ ହୋଇଥାଏ ଶୁଭ ଏବଂ ଅଶୁଭ

ମା’ ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା । ତଥାପି ପେଚାକୁ ଶୁଭ ବା ଅଶୁଭ ବିଶ୍ବାସ କରାଯାଏ । ପେଚାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାର ମାନ୍ୟତା ଓ ଧର୍ମରେ ପ୍ରଚଳିତ ରହିଛି । ତେବେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଆଜି ଲୋକେ ବିଶ୍ବାସ କରୁଛନ୍ତି ।

ଶୁଭ

- Advertisement -

୧. ଯଦି ସକାଳେ ପୂର୍ବ ଦିଗରେ ପେଚା ଦେଖାଯାଏ ବା ତାର ସ୍ବର ଶୁଣିବାକୁ ମିଳେ, ତେବେ ତାହା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଏହା ଦ୍ବାରା ଆକସ୍ମିକ ଭାବେ ଧନ ପ୍ରାପ୍ତିର ସୁଯୋଗ ରହିଛି ।

୨. ଯଦି କୌଣସି ରୋଗୀକୁ ପେଚା ଛୁଇଁ ଚାଲିଯାଏ ବା ରୋଗୀ ଉପରେ ଉଡି ଚାଲିଯାଏ, ଏହା ଦ୍ବାରା ବହୁତ ଶୀଘ୍ର ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ଅଧିକ ଥାଏ ।

୩. ପେଚା ଡାହାଣ ପଟକୁ ଦେଖିବା ବା ସ୍ବର ଦେବା ଅଶୁଭ ବୋଲି କୁହାଯାଏ । ତେଣୁ ପେଚା ସ୍ବରକୁ ଅଶୁଭ ବୋଲି କୁହାଯାଏ । ହେଲେ ବାମ ଦିଗକୁ ଦେଖିବା ଶୁଭ ଅଟେ ।

୪. ଯଦି ଆପଣଙ୍କ ଘର ଉପରେ ଧଳା ପେଚା ବସିଛି ତେବେ ଏହା ଶୁଭ ସଂକେତ। ଯଦି ଅକସ୍ମାତ ଧଳା ପେଚାଟି ଘର ଭିତରକୁ ପଶିଆସେ ତାହାଲେ ଧନପ୍ରାପ୍ତି ହେବ ବୋଲି ଜାଣନ୍ତୁ ।

୫. ଗର୍ଭବତୀ ମହିଳା ପ୍ରସବ ପାଇଁ ଯିବା ସମୟରେ ପେଚା ଦେଖିଗଲେ ଯାଆଁଳା ଶିଶୁ ଜନ୍ମ ହୁଏ ।

ଅଶୁଭ

୧. ଯଦି ପେଚା ଗୃହର ଶୀର୍ଷରେ ବସିକି ଚିତ୍କାର କରେ, ତେବେ ପରିବାରର କୌଣସି ସଦସ୍ୟଙ୍କ ଅକାଳ ବିୟୋଗ ହେବାର ସମ୍ଭାବନା ରହିଥାଏ ।

୨. ଯଦି ଗୃହର ମୁଖ୍ୟଦ୍ବାର ନିକଟରେ ପେଚର ତିନି ଦିନ ଧରି କାନ୍ଦେ ତେବେ ସେହି ଘରୁ ଚୋରି ବା ଧନହାନି ହେବାର ସମ୍ଭାବନା ରହିଥାଏ ।

୪. ଧଳା ପେଚାକୁ ଯଦି ରାସ୍ତାରେ ଦେଖନ୍ତି ତେବେ ତାହା ଶୁଭ ଖବର ଦେଇଥାଏ । କିନ୍ତୁ କଳା ପେଚା ଦେଖିବା ଅଶୁଭ।

୫. କଳା ପେଚା ଯଦି ଘର ଉପରେ ବସେ କିମ୍ବା ଘର ଭିତରକୁ ପଶିଯାଏ ତାହା ଅଶୁଭ । ଏହାର ପ୍ରତିକାର ସ୍ବରୂପ ଯେକୌଣସି ରବିବାର ଦିନ କ୍ଷୀର, ଗୁଡ ଏବଂ କଦଳୀକୁ ଚକଟି ଜଣେ ବ୍ରାହ୍ମଣକୁ ଖାଇବାକୁ ଦିଅନ୍ତୁ ।

କେଉଁ ଦଶରେ କ’ଣ ରହିଛି ବିଶ୍ବାସ

-ଇରାନରେ ପେଚାର ସ୍ବର (ମଧୁର ବା କର୍କସ) ଅନୁସାରେ ଶୁଭ ବା ଅଶୁଭ ବୋଲି ବିଶ୍ବାସ କରାଯାଏ ।

-ଦକ୍ଷିଣ ଆଫ୍ରିକାରେ ପେଚାର ସ୍ବରକୁ ମୃତ୍ୟୁର ସୂଚନା ଭାବେ ବିଶ୍ବାସ କରାଯାଏ ।

-ଚୀନରେ ପେଚା ଦେଖିବାକୁ ପଡୋଶୀଙ୍କ ମୃତ୍ୟୁ ସୂଚନା ବୋଲି କୁହାଯାଏ ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories