www.samajalive.in
Friday, December 12, 2025
26.1 C
Bhubaneswar

ସବ ଡିଭିଜନ ମାନ୍ୟତା ଦାବିରେ ବୈଠକ 

ପାଟଣା : ପାଟଣାକୁ ସବଡିଭିଜନ ମାନ୍ୟତା ଦାବିରେ ଆଜି ପାଟଣା କଲ୍ୟାଣ ମଣ୍ଡପଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ପାଟଣାର ବହୁ ବୁଦ୍ଧିଜୀବି, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ଯୁବ ପ୍ରତିନିଧି ଏହି ବୈଠକରେ ସାମିଲ ହୋଇଥିଲେ । ପାଟଣାକୁ ସବ ଡିଭିଜନ ମାନ୍ୟତା ଦାବିରେ ଧର୍ମଘଟ, ଆନ୍ଦୋଳନ ଓ ଶୋଭାଯାତ୍ରା ଆଦି କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଏଥି ପାଇଁ ସବ ଡିଭିଜନ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଦାବିକୁ କିପରି ପୂରଣ କରାଯିବ ସେ ନେଇ ଆସନ୍ତା ରବିବାର ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ପ୍ରସ୍ତାବିତ ଘଟଗାଁ ସବ ଡିଭିଜନରେ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳକୁ ବାଦ ଦେଇ ପାଟଣାକୁ ସୂତନ୍ତ୍ର ସବ ଡିଭିଜନ ଘୋଷଣା କରିବା ଅଥବା ପୂର୍ବ ଭଳି ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳକୁ କେନ୍ଦୁଝର ସବ ଡିଭିଜନରେ ବର୍ତ୍ତମାନର ସ୍ଥିତି ବଜାୟ ରଖିବା ପାଇଁ ସରକାରଙ୍କୁ ଦାବି କରାଯିବ ବୋଲି ସୂଚନା ମିଳିଛି ।

 

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories