www.samajalive.in
Saturday, December 6, 2025
19.1 C
Bhubaneswar

ସତ୍ୟବାଦୀ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କଲେ ପୁରୀ ଜିଲାପାଳ

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକ ମଙ୍ଗଳବାର ଜିଲାପାଳ ସମର୍ଥ ବର୍ମା ପରିଦର୍ଶନ କରିବା ସହିତ ସମୀକ୍ଷା କରିଛନ୍ତି ।  ଜିଲାପାଳଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀଯନ୍ତ୍ରୀ ବିଶ୍ଵଜିତ ପଟ୍ଟନାୟକ, ବ୍ଲକ ଶିକ୍ଷାଧିକାରୀ ଯତୀନ୍ଦ୍ର ନାୟକ, ସିଡିପିଓ ରାଜଲକ୍ଷ୍ମୀ ଦାସ ପ୍ରମୁଖ ସମିକ୍ଷା ବୈଠକରେ ଉପସ୍ଥିତ ରହିଥିଲେ ।
ବିଦ୍ୟାଧରପୁର ପଞ୍ଚାୟତ ଗ୍ରାମୀଣ ପାର୍କ ମିଶନଶକ୍ତି ଗୃହ ପାଠାଗାର ଖେଳପଡିଆ ଅଙ୍ଗନବାଡି ଘର ୫ ଟି ଯୋଜନାରେ ଗୁଆଳିଗୋରଡା ନୋଡାଲ ହାଇସ୍କୁଲ ଗବକୁଣ୍ଡ ଜୟଦୂର୍ଗା ନୋଡାଲ ମିଶନଶକ୍ତି ଗୃହ ରାଇପୁର ନୋଡାଲ ହାଇସ୍କୁଲ ସତ୍ୟବାଦୀ  ହାଇସ୍କୁଲ ଅଙ୍ଗନବାଡି ଗୃହ ପଞ୍ଚସଖା ପାଠାଗାର ପାର୍କ ଖେଳପଡିଆ ଅଳଗୁମ ଜାଗେଶ୍ୱରୀ ବିଦ୍ୟାପୀଠ ନୋଡାଲ ତୃତୀୟାଦେବ ବିଦ୍ୟାପୀଠ ନୋଡାଲ ଆଳିସ ନିର୍ମାଣାଧୀନ ପଞ୍ଚାୟତଗୃହ ପରିଦର୍ଶନ କରି ଥିଲେ । ନିର୍ମାଣାଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟସଭ୍ୟା  ଅଧିକାରୀଙ୍କ ସହିତ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories