www.samajalive.in
Thursday, December 11, 2025
15.1 C
Bhubaneswar

 ଛାତ୍ରୀଙ୍କ ଅକାଳ ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସ୍ଥାନୀୟ ବଟ୍ଟପଲ୍ଲୀ ସାହିର ଜଣେ ୨୨ ବର୍ଷିୟା ଛାତ୍ରୀଙ୍କର ଆଜି ଅକାଳ ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

ସୂଚନା ପ୍ରକାରେ, ଗତକାଲି ରାତିରେ ବଟ୍ଟପଲ୍ଲୀ ସାହିର ଅନିଲ କୁମାର ନାୟକଙ୍କ ଝିଅ ପ୍ରେମଲତା ନାୟକ(୨୨)ଙ୍କ ହଠାତ୍‍ ଦେହ ଖରାପ ହେବା ଯୋଗୁ ଘରେ ଥିବା ପୁରୁଣା ଔଷଧ ଖାଇ ଦେଇଥିଲେ। ରାତ୍ର ପ୍ରାୟ ୩ଟାବେଳେ ଅତୀଶୟ ଦେହ ଖରାପ ହେବାରୁ ପରିବାର ଲୋକେ ତୁରନ୍ତ ବ୍ରାହ୍ମଣୀଗାଁ ସ୍ଥିତ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ପ୍ରମୋଦ କୁମାର ସେଠୀ ଚିକିତ୍ସା କରୁଥିବା ଅବସ୍ଥାରେ ଉକ୍ତ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି। ଏନେଇ ବ୍ରାହ୍ମଣୀଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଂଜିତକୁମାର ମୁନୀ କହିଛନ୍ତି। ଉକ୍ତ ଛାତ୍ରୀ ଜଣକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟରେ ଯୁକ୍ତ ତିନି(କଳା) ଦ୍ୱିତୀୟ ବର୍ଷରେ ଛାତ୍ରୀ ଥିଲେ। ଛାତ୍ରୀଙ୍କ ଅକାଳ ବିୟୋଗରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ସାଙ୍ଗସାଥୀ ଛାତ୍ରଛାତ୍ରୀମାନେ ଦୁଃଖପ୍ରକାଶ କରିବାସହ ତାଙ୍କ ଅମର ଆତ୍ମାର ଶାନ୍ତି କାମନା କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories