www.samajalive.in
Monday, December 8, 2025
24.1 C
Bhubaneswar

ପରୀକ୍ଷାରେ କପି ବାରଣ କରିବାରୁ ଅଧ୍ୟକ୍ଷଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚିଲା ଛାତ୍ର

ଭୁବନେଶ୍ବର:  ଗୁରୁ-ଶିଷ୍ୟର ପରମ୍ପରା ଦିନକୁ ଦିନ ବିଗିଡ଼ିଲାଣି। ପରୀକ୍ଷାରେ କପି କରିବାକୁ ବାରଣ କରାଯିବାରୁ ଜଣେ ଛାତ୍ର ଏତେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା ଯେ ଗୁରୁଙ୍କୁ ଆକ୍ରମଣ କରିବାକୁ ବି ପଛାଇ ନାହିଁ। ଏମିତି ଘଟଣା ଘଟିଛି ରାଜଧାନୀରେ। ମଙ୍ଗଳବାର ସକାଳେ ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ୍‌ର ଅଧ୍ୟକ୍ଷଙ୍କୁ ଜଣେ ଛାତ୍ର ହାତୁଡ଼ିରେ ଆକ୍ରମଣ କରିଛି। ଅଧ୍ୟକ୍ଷ ପ୍ରଶାନ୍ତ ରାଉତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏନେଇ ଇନ୍‌ଫୋସିଟି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଛାତ୍ରଙ୍କୁ ପୁଲିସ ଏବେ ଖୋଜୁଛି।
ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ସରକାର ଘୋଷଣା କରିଛନ୍ତି। ତେଣୁ ବିଦ୍ୟାଳୟଗୁଡ଼ିକରେ ପ୍ରାୟତଃ ଶିକ୍ଷକଙ୍କ ତାଗିଦ୍‌ ଆଉ ଶୁଣିବାକୁ ମିଳୁନାହିଁ। ମହାବିଦ୍ୟାଳୟଗୁଡ଼ିକରେ ଏହାର ପ୍ରଶ୍ନ ଉଠୁନାହିଁ। ହେଲେ ଗତ ପ୍ରାୟ ୬ ମାସ ତଳେ କଲେଜର ଯୁକ୍ତ ୩ ବିଜ୍ଞାନର ଦ୍ବିତୀୟ ବର୍ଷର ଜଣେ ଛାତ୍ର ପରୀକ୍ଷାରେ କପି କରୁଥିବା ବେଳେ ଜଣେ ଅଧ୍ୟାପକ ତାଙ୍କ କପି ଜବତ କରିବା ସହିତ ମାଲ୍‌ପ୍ରାକ୍ଟିସ୍‌ କରିଥିଲେ। ଏନେଇ ଉକ୍ତ ଛାତ୍ର ଜଣକ ପରେ ଅଧ୍ୟକ୍ଷଙ୍କୁ ଭେଟି ଉକ୍ତ ପରୀକ୍ଷାକୁ ମାଲ୍‌ପ୍ରାକ୍ଟିସ ନ କରିବାକୁ କହିଥିଲା। ହେଲେ ଅଧ୍ୟକ୍ଷ ଏଥିରେ କୌଣସି ସହଯୋଗ ନ କରିବାରୁ ଛାତ୍ର ଜଣକ ପ୍ରତିଶୋଧ ପରାୟଣ ହୋଇପଡିଥିଲା।
କରୋନା ପାଇଁ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରଖିଛନ୍ତି। ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଖୋଲା ରହିଛି। ଅଧ୍ୟକ୍ଷ ଶ୍ରୀ ରାଉତ ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ନିଜ ପ୍ରକୋଷ୍ଠରେ କାର୍ଯ୍ୟବ୍ୟସ୍ତ ଥିବାବେଳେ ପୂର୍ବ ଘଟଣାକୁ କେନ୍ଦ୍ରକରି ଉକ୍ତ ଛାତ୍ର ଜଣକ ହାତରେ ଲୁଚାଇ ନେଇଥିବା ହାତୁଡିରେ ତାଙ୍କ ମୁଣ୍ଡକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଅଧ୍ୟକ୍ଷଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଦୌଡି ପଳାଇ ଆସିଥିଲେ। ତଥାପି ଉକ୍ତ ଛାତ୍ର ଜଣକ ପୁନର୍ବାର ଶ୍ରୀ ରାଉତଙ୍କ ମୁଣ୍ଡରେ ଲକ୍ଷ୍ୟ କରି ପାହାର ଦେବା ବେଳେ ସେ ହାତ ଦେଖାଇ ଦେଇଥିଲେ। ଦ୍ବିତୀୟ ପାହାରଟି ତାଙ୍କ ହାତରେ ଲାଗିଥିଲା। ଅନ୍ୟ କର୍ମଚାରୀମାନେ ଉକ୍ତ ଛାତ୍ରକୁ କାବୁ କରିବାକୁ ଯିବା ବେଳେ ସେ ସମସ୍ତଙ୍କୁ ଭୟଭୀତ କରାଇ ଖସି ପଳାଇଥିଲେ। ଗୁରୁତର ଆହତ ହୋଇଥିବା ଅଧ୍ୟକ୍ଷଙ୍କୁ ରକ୍ତ ଜୁଡୁବୁୁଡୁ ଅବସ୍ଥାରେ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ହେବ ଅଧ୍ୟକ୍ଷ ଆଇସିୟୁରେ ଅଛନ୍ତି। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କ ଅବସ୍ଥା ଜଟିଳ ରହିଛି। ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଛି। ଖପୁରି ଫାଟି ଯାଇଥିବା ଜଣାପଡିଛି। ୬ଟି ଷ୍ଟିଚ୍‌ ପଡିଛି। ତାଙ୍କ ନିକଟ ସମ୍ପର୍କୀୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଛାତ୍ର ଜଣକ ରଙ୍ଗମାଟିଆରେ ଭଡ଼ା ରହୁଥିବା ନେଇ ପୁଲିସ ସୂଚନା ପାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories