ଭୁବନେଶ୍ବର : ଭୁବନେଶ୍ବର ବିଏମ୍ସିର ଠିକା ସଫେଇ କର୍ମଚାରୀମାନେ ବକେୟା ଦରମା ଦାବିରେ ଶୁକ୍ରବାର ସକାଳେ ରାସ୍ତାରୋକ କରିଛନ୍ତି। ସେମାନଙ୍କୁ ବକେୟା ଦରମା ନ ମିଳିବାରୁ ଆଜି ଜୟଦେବବ ବିହାର ଛକ ଠାରେ ରାସ୍ତାରୋକ କରିଥିଲେ। ଫଳରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କୁ ରାସ୍ତାରୁ ଉଠାଇ ଥିଲା। ଏହାପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ସଫେଇ କର୍ମଚାରୀମାନେ ଏକ ଠିକା ସଂସ୍ଥା ଅଧୀନରେ କାମ କରୁଥିବା ଜଣାପଡିଛି।
ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ରାସ୍ତାରୋକ
Popular Categories



