www.samajalive.in
Sunday, December 14, 2025
23.1 C
Bhubaneswar

ପଥର ମାଫିଆଙ୍କ ଦାଦାଗିରି ; ନୀଳଗିରିରେ ଆରଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ !

ନୀଳଗିରି : ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଚୋରା ଖାଦାନ ଚାଲିଥିବା ଖବରପାଇ ତଦନ୍ତରେ ଯାଇଥିବା ଜଣେ ଆରଆଇଙ୍କୁ ପଥର ମାଫିଆମାନେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ।
ବାଲେଶ୍ୱର ଜିଲା, ନୀଳଗିରି ତହସିଲ ଅଧୀନ ବାଘମରା ଗାଁରେ ଏକ ଚୋରା ପଥର ଖାଦାନ ଚାଲି ଆସୁଥିଲା । ରବିବାର ରାତିରେ ଏହି ଖାଦାନରେ ବ୍ଲାଷ୍ଟିଂ କରାଯାଇ ପଥର ଉତ୍ତୋଳନ କରାଯାଉଥିବା ସମ୍ପର୍କରେ ଖବର ପାଇବା ପରେ ସଜନାଗଡ଼ ଆରଆଇ କେ. ସନ୍ତୋଷ କୁମାର ସୋମବାର ଅପରାହ୍ନରେ ସେହି ଖାଦାନ ଅଞ୍ଚଳ ଗସ୍ତ କରି କିଛି ଫଟୋ ଉତ୍ତୋଳନ କରୁଥିଲେ। ଏହି ସମୟରେ ପୋଡ଼ାଶୋଳ ଅଞ୍ଚଳର ବିଶିକା ଓରଫ ବିଶ୍ୱନାଥ ଦାସ ଏବଂ ତାଙ୍କ ପୁଅ ରାଜା ମିଳିତ ଭାବେ ଆରଆଇଙ୍କୁ ଫୁଙ୍ଗୁଳା କରି ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ତାଙ୍କଠାରୁ ବାପ-ପୁଅ ଦୁହେଁ ମନିପର୍ସ ଓ ୪ହଜାର ଟଙ୍କା ଛଡ଼ାଇ ନେବା ସହ ପ୍ରମାଣ ନଷ୍ଟ କରିବା ଉଦେଶ୍ୟରେ ମୋବାଇଲକୁ କଚାଡ଼ି ଭାଙ୍ଗି ଦେଇଥିବା ସମ୍ପର୍କରେ ସେ ନୀଳଗିରି ଥାନାରେ ଏତଲା ଦାଏର କରିଛନ୍ତି । ନୀଳଗିରି ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ସୂଚନା ଯେ, କିଛିମାସ ପୂର୍ବରୁ ଏହି ଚୋରା ଖାଦାନରେ ନୀଳଗିରି ତହସିଲଦାର ଅଶେଷ ନାୟକ ସଦଳବଳେ ଚଢ଼ଉ କରି କମ୍ପ୍ରେସର ମେସିନ, ବିସ୍ଫୋରକ, ଟ୍ରାକ୍ଟର ପ୍ରଭୃତି ଜବତ କରିଥିଲେ । ତେବେ ଏହି ଚୋରା ଖାଦାନକୁ କେନ୍ଦ୍ରକରି ପଥର ମାଫିଆ ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଓ ହାତାହାତି ପରିସ୍ଥିତି ସୃଷ୍ଟି ହୋଇ ଚାଲିଥିଲେ ହେଁ ଏଯାବତ ଖାଦାନ ବନ୍ଦ କରିବାରେ ପ୍ରଶାସନ ସଫଳ ହୋଇନଥିବା ଚର୍ଚ୍ଚା ହେଉଛି ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories