www.samajalive.in
Friday, December 12, 2025
17.1 C
Bhubaneswar

୧୫ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମୋହର, ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଯାଇଛି। ଏହି ଅବସରରେ ୧୫ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର। ଏହାସହ ୧୫ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ୧୫ ପ୍ରସ୍ତାବକୁ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଚିଠା ପ୍ରସ୍ତାବକୁ ମୋହର ମିଳିଛି। ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ । ୧୩୦ ମିଲିୟନ ଲିଟର କ୍ଷମତାବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ ଲାଗି ଟେଣ୍ଡରକୁ ଅନୁମୋଦନ ମିଳିଛି ।

ଏମଏସଏମଇ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ହେବ । ତୃତୀୟ ଲିଙ୍ଗୀ ସନ୍ତାନକୁ ମିଳିବ ପରିବାର ପେନସନ। ଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର । ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ। ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ପରିବାର ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

- Advertisement -

ଓଡ଼ିଶା ପେନସନ ରୁଲ ୧୯୯୨ରେ ସଂଶୋଧନକୁ ମିଳିଛି କ୍ୟାବିନେଟ ଅନୁମୋଦନ। ଜେଲରେ କୌଣସି କାରଣରୁ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ।ଜେଲରେ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦିଆଯିବ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଲାଗି ୧୦୦ ସିଟ୍ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଗଣଶିକ୍ଷା ବିଭାଗରେ ଛୁଟି ବା ଟ୍ରେନିଂରେ ଯିବା ପରେ ଖାଲି ପଡୁଥିବା ପଦବୀ ପୂରଣ ଲାଗି ଲିଭ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ ତିଆରି ହୋଇଛି।

ବିମାନ ଇନ୍ଧନରେ ଭାଟ୍ ୧%କୁ ହ୍ରାସ କରାଯାଇଥିବାବେଳେ ବିମାନ, ହେଲିକପ୍ଟର, ସିପ୍ଲେନ, ରାଜ୍ୟ ଭିତରେ ଥିବା ଯେକୌଣସି ଜାଗାକୁ ଉଡ଼ିବା ଖର୍ଚ୍ଚ କମିବ। ଏମଏସଏମଇ ଉନ୍ନୟନ ନୀତି ୨୦୧୬ରେ ସଂଶୋଧନ ସହ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ଅଣାଯାଇଛି। ଭୁବନେଶ୍ୱରରେ ଜଳ ଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ ।

ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ଏକର ଅନୁମୋଦିତ କରିଛି କ୍ୟାବିନେଟ। ସେହିପରି ଜଟଣୀରେ ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଲ ବିଶ୍ବବିଦ୍ୟାଳୟ ରାଜ୍ୟ ସରକାର ଜମି ଯୋଗାଇବେ। ଜଳ ସମ୍ପଦ ବିଭାଗର ଡ୍ରେନେଜ ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି ଏବଂ ଏହି ନୂଆ ଯୋଜନା ଲାଗି କ୍ୟାବିନେଟରେ ଅର୍ଥ ମଧ୍ୟ ବ୍ୟୟବରାଦ ହୋଇଛି ।

ଡ୍ରିମସ୍ ବିଶ୍ବବିଦ୍ୟାଳୟ ୨୦୨୨ ବିଲରେ ସଂଶୋଧନ ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।କ୍ୟାବିନେଟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ର ବାର୍ଷିକ ବଜେଟକୁ ଅନୁମୋଦନ ମିଳିଛି । ଚଳିତ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories