www.samajalive.in
Friday, December 12, 2025
19.1 C
Bhubaneswar

ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦ୍‍ଯାପିତ

କେନ୍ଦୁଝରଗଡ: ଦଳିତ ଆଦିବାସୀ ବିକାଶ ସଂସ୍ଥାନ ଓଡିଶା ଆୟୋଜନରେ ଏବଂ କେନ୍ଦୁଝର ଜିଲା ମା’ତାରିଣୀ ପାଲାକାର ପରିଷଦ ସହଯୋଗରେ ଜିଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଶୁକ୍ରବାର ଉଦ୍‍ଯାପିତ ହୋଇଯାଇଛି।

ମହୋତ୍ସବ କମିଟି ସଭାପତି ତଥା ବିଶିଷ୍ଟ ପାଲାକାର ଡ.ଧିରେନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‍ଯାପନୀ ସମାରୋହରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି ମହୋତ୍ସବ ଆୟୋଜନ ଆମ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଅଧିକ ଋଦ୍ଧିମନ୍ତ କରିବାରେ ବିଶେଷ ସହାୟକ ହେବବୋଲି କହିଥିଲେ। ଏସ୍‍ସିବି ମେଡିକାଲ କଲେଜ କଟକର ସ୍ନାୟୁ ବିଭାଗ ସହକାରୀ ପ୍ରଫେସର ଡାକ୍ତର ରବି ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ମହୋତ୍ସବର ସଫଳତା କାମନା କରିଥିଲେ।

- Advertisement -

ସ୍ୱେଛାସେବୀ ଅନୁଷ୍ଠାନ ଶତାବ୍ଦୀର ନିର୍ଦ୍ଦେଶକ୍‍ ସଂଗ୍ରାମ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ମହୋତ୍ସବ କମିଟି ସମ୍ପାଦକ ତୁଳସୀ ଚରଣ ମହାନ୍ତ ମହୋତ୍ସବର ଆୟୋଜନ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଗାୟକ ବିବେକାନନ୍ଦ ମହାନ୍ତ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବହୁ ବର୍ଷିଆନ ପାଲା ଗାୟକ, ପୃଷ୍ଠପୋଷକ ଓ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା।

ମହୋତ୍ସବ ଆୟୋଜକ ଦଳିତ ଆଦିବାସୀ ବିକାଶ ସଂସ୍ଥାନ ଓଡିଶା କେନ୍ଦୁଝରର ଅଧ୍ୟକ୍ଷ ରମାକାନ୍ତ ପାତ୍ର ମହୋତ୍ସବ ଆୟୋଜନର ବିବରଣୀ ପାଠ କରିଥିଲେ। ମହୋତ୍ସବ କମିଟିର ସୁଫଳ ବେହେରା, ଯୋଗେନ୍ଦ୍ର ମହାନ୍ତ, ସୁଶାନ୍ତ ନାଥ, ରଞ୍ଜନ କୁମାର ଦାଶ, ମନୋଜ ମହାନ୍ତ, କିଶୋର ଚନ୍ଦ୍ର ମହାନ୍ତି, ହଳଧର ଜେନା, ପ୍ରହ୍ଲାଦ ମହାନ୍ତ, ନିରାକାର ପାତ୍ର ବଙ୍ଗାଳି ଚରଣ ନାଏକ ପ୍ରମୁଖ ମହୋତ୍ସବ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଦୁଷ୍ମନ୍ତ ମହାନ୍ତି ମଙ୍ଗଳାଚରଣ ପାଠ କରିଥିବା ବେଳେ ଶେଷରେ ନିରଞ୍ଜନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories