www.samajalive.in
Saturday, December 6, 2025
26.1 C
Bhubaneswar

ଝେଲମ ନଦୀରେ ଡଙ୍ଗା ବୁଡି ଘଟଣା ; ୪ ଶିଶୁ ସହ ୬ ମୃତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ସ୍ଥିତ ଶ୍ରୀନଗରରେ ମଙ୍ଗଳବାର ବଡ ଅଘଟଣ ଘଟିଛି। ଏଠାରେ ଝେଲମ ନଦୀରେ ଡଙ୍ଗା ବୁଡି ଘଟଣାରେ ମୃତକ ସଂଖ୍ୟା ବୃଦ୍ଧି ପାଇ ୬ରେ ପହଞ୍ଚିଛି। ପ୍ରଥମେ ୪ ଜଣଙ୍କ ମୃତ୍ୟୁ ଘଟି ଥିବା ନେଇ ଜଣାପଡିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଡଙ୍ଗା ବୁଡିବା ସମୟରେ ୧୦ ରୁ ୧୨ଜଣ ସ୍କୁଲ ପିଲାଙ୍କ ସହ ପ୍ରାୟ ୧୫ ଜଣ ଯାତ୍ରୀ ଥିଲେ । ଆଜି ସକାଳେ ଝେଲମ ନଦୀରେ ଏହି ଡଙ୍ଗା ଓଲଟି ପଡିଥିଲା। ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ୩ ଜଣଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ୩ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ୩ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ୧୫ ଜଣଙ୍କ ମଧ୍ୟରୁ ୮ ଜଣ ବୟସ୍କ ଓ ସାତ ଜଣ ବିଦ୍ୟାର୍ଥୀ ଥିଲେ। ଅଘଟଣ ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଦଳ, ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଜାରି ରହିଛି।

ଦେଖନ୍ତୁ ମନଛୁଆଁ ଭିଡିଓ: ଛୁଆହାତୀ ଗାଧୋଇବ ବୋଲି କୁମ୍ଭୀର ସହ ଏମିତି କଲା ମାଆ..

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories