www.samajalive.in
Wednesday, December 10, 2025
26.1 C
Bhubaneswar

ବଜେଟ୍‌ରେ କ୍ରୀଡ଼ା କ୍ଷେତ୍ରକୁ ୨୮୨୬.୯୨ କୋଟି ଟଙ୍କା

ନୂଆଦିଲ୍ଲୀ : ଶନିବାର ଆଗତ କେନ୍ଦ୍ର ସରକାରଙ୍କ ବଜେଟ୍‌ରେ କ୍ରୀଡ଼ା କ୍ଷେତ୍ରକୁ ମୋଟ୍‌ ୨୮୨୬.୯୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ଆର୍ଥିକ ବର୍ଷ (୨୦୧୯-୨୦)ରେ କ୍ରୀଡ଼ା କ୍ଷେତ୍ରକୁ ମିଳିଥିବା ଅର୍ଥ ଠାରୁ ଚଳିତ ଆର୍ଥିକ ବର୍ଷ ବଜେଟ୍‌ରେ ୫୦ କୋଟି ଟଙ୍କା ଅଧିକ ମିଳିଛି। ଗତଥରର ବଜେଟ୍‌ରେ କ୍ରୀଡ଼ା କ୍ଷେତ୍ରକୁ ୨୭୭୬.୯୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମକୁ ମୋଟ୍‌ ୮୯୦.୪୨ କୋଟି ଟଙ୍କା ମିଳିଛି। ୨୦୧୯-୨୦ ବଜେଟ୍‌ରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମକୁ ୫୭୮ କୋଟି ଟଙ୍କା ମିଳିଥିବା ବେଳେ ଚଳିତଥର ଏଥିରେ ୩୧୨.୪୨ କୋଟି ଟଙ୍କା ଅଧିକ ମିଳିଛି। ଖେଲୋ ଇଣ୍ଡିଆକୁ ଅଧିକ ଅର୍ଥ ମିଳିଥିବା ବେଳେ ଅନ୍ୟ ସଂଗଠନକୁ ପୂର୍ବବର୍ଷ ଅପେକ୍ଷା କମ୍‌ ଅର୍ଥ ମିଳିଥିବା ଜଣାପଡ଼ିଛି।
୨୦୧୯-୨୦ ବଜେଟ୍‌ରେ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ୩୦୦.୮୫ କୋଟି ଟଙ୍କା ମିଳିଥିବା ବେଳେ ଚଳିତଥର ଏହାକୁ ୨୪୫ କୋଟିକୁ କମାଇ ଦିଆଯାଇଛି। ଯାହାକି ଗତବର୍ଷ ତୁଳନାରେ ୫୫ କୋଟି ଟଙ୍କା କମ୍‌। ସେହିପରି କ୍ରୀଡ଼ାବିତ୍‌ଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶିକୁ ମଧ୍ୟ କମ୍‌ କରି ଦିଆଯାଇଛି। ପୂର୍ବଥରର ବଜେଟ୍‌ରେ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୧୧୧ କୋଟି ଟଙ୍କା ପ୍ରଦାନ କରାଯିବାକୁ ବ୍ୟବସ୍ଥା ରହିଥିବା ବେଳେ ଚଳିତ ବଜେଟ୍‌ରେ ଏହାକୁ ୭୦ କୋଟି ଟଙ୍କାକୁ କମାଇ ଦିଆଯାଇଛି। ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠିକୁ ଗତଥରର ବଜେଟ୍‌ରେ ୭୭.୧୫ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବଜେଟ୍‌ରେ ଏହା ୫୦ କୋଟି ଟଙ୍କାକୁ କମାଇ ଦିଆଯାଇଛି।
ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ମିଳୁଥିବା ଅର୍ଥକୁ ଚଳିତ ବଜେଟ୍‌ରେ କମ୍‌ କରି ଦିଆଯାଇଛି। ଗତଥରର ସାଇକୁ ବଜେଟ୍‌ରେ ୬୧୫ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବଜେଟ୍‌ରେ ଏହାକୁ ୫୦୦ କୋଟି ଟଙ୍କାକୁ କମାଇ ଦିଆଯାଇଛି। ଷ୍ଟାଡ଼ିୟମଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଗତଥର ବଜେଟ୍‌ରେ ୯୬ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତଥର ଏହାକୁ ୭୫ କୋଟି ଟଙ୍କାକୁ କମାଇ ଦିଆଯାଇଛି। କ୍ରୀଡ଼ାବିତ୍‌ଙ୍କ ନିମନ୍ତେ ଉଦ୍ଦିଷ୍ଟ ନ୍ୟାସନାଲ୍‌ ୱେଲଫେୟାର ଫଣ୍ଡକୁ ପୂର୍ବପରି ୨ କୋଟି ଟଙ୍କା ମିଳିଥିବା ବେଳେ ଜାମ୍ମୁ-କାଶ୍ମୀରରେ କ୍ରୀଡ଼ାର ବିକାଶ ପାଇଁ ଗତଥରର ବଜେଟ୍‌ରେ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତ ବଜେଟ୍‌ରେ ଏହା ଅପରିବର୍ତ୍ତିତ ରହିଛି। ଲକ୍ଷ୍ମୀବାଇ ଶାରୀରିକ ଶିକ୍ଷା ଅନୁଷ୍ଠାନକୁ ଗତଥରର ବଜେଟ୍‌ରେ ୫୦ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବଜେଟ୍‌ରେ ୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories