ପୁରୀ: ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ। ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପରାଗ ପୂର୍ବଦିନ ଅର୍ଥାତ୍ ବୁଧବାର ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ। ସାରା ରାତି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ମୁତାବକ, ବୁଧବାର ରାତି ୮ଟା ୨୦ରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଗୁରୁବାର ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ, ତଡ଼ପ ମଇଲମ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଅନୁଷ୍ଠିତ ହେବ।
ସୂର୍ଯ୍ୟପରାଗ ପାଇଁ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି କାନ୍ତି: ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର
Popular Categories



