www.samajalive.in
Monday, December 8, 2025
24.1 C
Bhubaneswar

ପାର୍ବଣରେ ସ୍ବତନ୍ତ୍ର ବ୍ୟବସ୍ଥା : ୱେଟିଂ ଯାତ୍ରୀଙ୍କୁ ମିଳିବ କନ୍‌ଫର୍ମ ରେଳ ଟିକେଟ୍

ନୂଆଦିଲ୍ଲୀ : ଏଥର ଦୀପାବଳି ଓ ଛଟ୍‌ପୂଜା ଭଳି ପାର୍ବଣ ଋତୁରେ ରେଳ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରିଛି ରେଳ ବିଭାଗ। ରେଳଯାତ୍ରୀଙ୍କ ଟିକଟ କନ୍‌ଫର୍ମ ନଥିଲେ ମଧ୍ୟ ସେମାନଙ୍କୁ ମିଳିବ ସିଟ୍‌। ଏଥର ଦିପାବଳୀ ଏବଂ ଛଟ୍‌ ପୂଜାରେ ଘରକୁ ଯିବା ପାଇଁ ଟ୍ରେନରେ କନଫର୍ମ ସିଟ୍ ସେମାନଙ୍କୁ ମିଳିବ। ଭାରତୀୟ ରେଲୱେ ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ବ ଦେଇ ଏହି ବ୍ୟବସ୍ଥା କରିଛି।
ପାର୍ବଣ ଋତୁରେ ରେଳରେ ସଂରକ୍ଷିତ ସିଟ୍‌ ମିଳିବା ଏକ ବଡ଼ ସମସ୍ୟା ରହିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ରେଲ ବିଭାଗ ତରଫରୁ ବିକଳ୍ପ ସ୍କିମର ଶୁଭାରମ୍ଭ କରାଯାଇଛି। ଟିକେଟ କନଫର୍ମ ନଥିବା ସ୍ଥିତିରେ ରେଲୱେ ଯାତ୍ରୀଙ୍କୁ ଏକ ନୂଆ ବିକଳ୍ପ ଦେଉଛି। ଯଦି ଟ୍ରେନରେ ଟିକେଟ୍ କନଫର୍ମ ହୋଇନି; ତେବେ ତାଙ୍କୁ କୌଣସି ଅନ୍ୟ ଟ୍ରେନରେ କନଫର୍ମ ଟିକେଟ୍ ଦିଆଯିବ। ଆପଣଙ୍କୁ ଏହି ସୁବିଧା ଦରକାର କି ନାହିଁ ସେଥିପାଇଁ ଆପଣଙ୍କୁ ଟିକେଟ ବୁକ୍ କରିବା ସମୟରେ ଏହାକୁ ଚୟନ କରିବାକୁ ହେବ। ବିକଳ୍ପ ଚୟନ କରିବାର ଅର୍ଥ ଏହା ନୁହେଁ କି ଆପଣଙ୍କୁ କୌଣସି ଅନ୍ୟ ଟ୍ରେନରେ କନଫର୍ମ ଟିକେଟ୍ ମିଳିଯିବ। ଏହି ଟ୍ରେନ ଏବଂ ସିଟର ଉପଲବ୍ଧତା ଉପରେ ନିର୍ଭର କରେ। ଏହି ସୁବିଧା ସହିତ ଜଡିତ ଅନେକ ନିୟମ ମଧ୍ୟ ରହିଛି, ଯଥା କେଉଁ ଷ୍ଟେସନରୁ ଟ୍ରେନ୍ ଧରିବାର ଅଛି ଏବଂ କେଉଁ ପର୍ଯ୍ୟନ୍ତ ସିଟ୍ ମିଳିବ ଇତ୍ୟାଦି ଇତ୍ୟାଦି। ବିକଳ୍ପ ସ୍କିମର ବ୍ୟବହାର ଅନଲାଇନ୍ ବୁକିଂରେ କରାଯାଏ। ଆପଣଙ୍କୁ ଟିକେଟ୍ ବୁକ୍ କରିବା ସମୟରେ ଏକାଧିକ ଟ୍ରେନକୁ ସିଲେକ୍ଟ କରିବାକୁ ହେବ। ରେଲୱେ ଅଲଟରନେଟ୍‌ ଟ୍ରେନ୍ ଆକୋମୋଡେସନ୍ ସ୍କିମକୁ ରେଲୱେ ବିକଳ୍ପ ସ୍କିମ୍ ନାଁ ଦେଇଛି। ରେଲୱେର ଏହି ସ୍କିମ ସମସ୍ତ ଟ୍ରେନ୍ ଏବଂ କ୍ଲାସ୍ (ଶ୍ରେଣୀ) ପାଇଁ ଲାଗୁ ହୋଇଥାଏ। ଏହା ବ୍ୟତୀତ ୱେଟିଂ ଲିଷ୍ଟ (ପ୍ରତୀକ୍ଷା ତାଲିକା)ରେ ସାମିଲ ସମସ୍ତ ଯାତ୍ରୀ ଏହାର ଫାଇଦା ନେଇପାରିବେ। ଏହି ଯୋଜନା ଅନୁସାରେ ଯାତ୍ରୀ ଥରକେ ୫ଟି ଟ୍ରେନର ବିକଳ୍ପ ଦେଇପାରିବେ। ତେବେ ଏହି ସୁବିଧା କେବଳ ଯେଉଁମାନେ ୱେଟିଂରେ ଟିକେଟ୍ ବୁକିଂ କରିଥିବେ ଏବଂ ଚାର୍ଟ ପ୍ରସ୍ତୁତ ପରେ ମଧ୍ୟ ସେମାନଙ୍କ ନାଁ ୱେଟିଂ ଲିଷ୍ଟରେ ଥିବ ସେମାନଙ୍କୁ ମିଳିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories