www.samajalive.in
Saturday, December 6, 2025
23.1 C
Bhubaneswar

ପାର୍ବଣରେ ସ୍ବତନ୍ତ୍ର ବ୍ୟବସ୍ଥା : ୱେଟିଂ ଯାତ୍ରୀଙ୍କୁ ମିଳିବ କନ୍‌ଫର୍ମ ରେଳ ଟିକେଟ୍

ନୂଆଦିଲ୍ଲୀ : ଏଥର ଦୀପାବଳି ଓ ଛଟ୍‌ପୂଜା ଭଳି ପାର୍ବଣ ଋତୁରେ ରେଳ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରିଛି ରେଳ ବିଭାଗ। ରେଳଯାତ୍ରୀଙ୍କ ଟିକଟ କନ୍‌ଫର୍ମ ନଥିଲେ ମଧ୍ୟ ସେମାନଙ୍କୁ ମିଳିବ ସିଟ୍‌। ଏଥର ଦିପାବଳୀ ଏବଂ ଛଟ୍‌ ପୂଜାରେ ଘରକୁ ଯିବା ପାଇଁ ଟ୍ରେନରେ କନଫର୍ମ ସିଟ୍ ସେମାନଙ୍କୁ ମିଳିବ। ଭାରତୀୟ ରେଲୱେ ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ବ ଦେଇ ଏହି ବ୍ୟବସ୍ଥା କରିଛି।
ପାର୍ବଣ ଋତୁରେ ରେଳରେ ସଂରକ୍ଷିତ ସିଟ୍‌ ମିଳିବା ଏକ ବଡ଼ ସମସ୍ୟା ରହିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ରେଲ ବିଭାଗ ତରଫରୁ ବିକଳ୍ପ ସ୍କିମର ଶୁଭାରମ୍ଭ କରାଯାଇଛି। ଟିକେଟ କନଫର୍ମ ନଥିବା ସ୍ଥିତିରେ ରେଲୱେ ଯାତ୍ରୀଙ୍କୁ ଏକ ନୂଆ ବିକଳ୍ପ ଦେଉଛି। ଯଦି ଟ୍ରେନରେ ଟିକେଟ୍ କନଫର୍ମ ହୋଇନି; ତେବେ ତାଙ୍କୁ କୌଣସି ଅନ୍ୟ ଟ୍ରେନରେ କନଫର୍ମ ଟିକେଟ୍ ଦିଆଯିବ। ଆପଣଙ୍କୁ ଏହି ସୁବିଧା ଦରକାର କି ନାହିଁ ସେଥିପାଇଁ ଆପଣଙ୍କୁ ଟିକେଟ ବୁକ୍ କରିବା ସମୟରେ ଏହାକୁ ଚୟନ କରିବାକୁ ହେବ। ବିକଳ୍ପ ଚୟନ କରିବାର ଅର୍ଥ ଏହା ନୁହେଁ କି ଆପଣଙ୍କୁ କୌଣସି ଅନ୍ୟ ଟ୍ରେନରେ କନଫର୍ମ ଟିକେଟ୍ ମିଳିଯିବ। ଏହି ଟ୍ରେନ ଏବଂ ସିଟର ଉପଲବ୍ଧତା ଉପରେ ନିର୍ଭର କରେ। ଏହି ସୁବିଧା ସହିତ ଜଡିତ ଅନେକ ନିୟମ ମଧ୍ୟ ରହିଛି, ଯଥା କେଉଁ ଷ୍ଟେସନରୁ ଟ୍ରେନ୍ ଧରିବାର ଅଛି ଏବଂ କେଉଁ ପର୍ଯ୍ୟନ୍ତ ସିଟ୍ ମିଳିବ ଇତ୍ୟାଦି ଇତ୍ୟାଦି। ବିକଳ୍ପ ସ୍କିମର ବ୍ୟବହାର ଅନଲାଇନ୍ ବୁକିଂରେ କରାଯାଏ। ଆପଣଙ୍କୁ ଟିକେଟ୍ ବୁକ୍ କରିବା ସମୟରେ ଏକାଧିକ ଟ୍ରେନକୁ ସିଲେକ୍ଟ କରିବାକୁ ହେବ। ରେଲୱେ ଅଲଟରନେଟ୍‌ ଟ୍ରେନ୍ ଆକୋମୋଡେସନ୍ ସ୍କିମକୁ ରେଲୱେ ବିକଳ୍ପ ସ୍କିମ୍ ନାଁ ଦେଇଛି। ରେଲୱେର ଏହି ସ୍କିମ ସମସ୍ତ ଟ୍ରେନ୍ ଏବଂ କ୍ଲାସ୍ (ଶ୍ରେଣୀ) ପାଇଁ ଲାଗୁ ହୋଇଥାଏ। ଏହା ବ୍ୟତୀତ ୱେଟିଂ ଲିଷ୍ଟ (ପ୍ରତୀକ୍ଷା ତାଲିକା)ରେ ସାମିଲ ସମସ୍ତ ଯାତ୍ରୀ ଏହାର ଫାଇଦା ନେଇପାରିବେ। ଏହି ଯୋଜନା ଅନୁସାରେ ଯାତ୍ରୀ ଥରକେ ୫ଟି ଟ୍ରେନର ବିକଳ୍ପ ଦେଇପାରିବେ। ତେବେ ଏହି ସୁବିଧା କେବଳ ଯେଉଁମାନେ ୱେଟିଂରେ ଟିକେଟ୍ ବୁକିଂ କରିଥିବେ ଏବଂ ଚାର୍ଟ ପ୍ରସ୍ତୁତ ପରେ ମଧ୍ୟ ସେମାନଙ୍କ ନାଁ ୱେଟିଂ ଲିଷ୍ଟରେ ଥିବ ସେମାନଙ୍କୁ ମିଳିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories