www.samajalive.in
Saturday, December 6, 2025
26.1 C
Bhubaneswar

ରାଜାମୌଲିଙ୍କ ୧୦୦୦କୋଟି ବଜେଟର ଫିଲ୍ମରେ ୮ଟି ଲୁକ୍‍ ଟେଷ୍ଟ ଦେଲେ ମହେଶ ବାବୁ

ନୂଆଦିଲ୍ଲୀ: ମହେଶ ବାବୁ ସାଉଥ୍‍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ଏଭଳି ନାମ ଯାହାଙ୍କୁ କିଛି ପରିଚୟ ଦେବାକୁ ପଡେ ନାହିଁ । ଅଭିନେତାରୁ ଅଧିକ ସେ ନିଜର ୟଙ୍ଗ ଲୁକ୍‍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ମହେଶ ବାବୁଙ୍କୁ ଦେଖିଲେ କେହି ମଧ୍ୟ କହିବେ ନାହିଁ ଯେ ତାଙ୍କୁ ୪୮ବର୍ଷ ହେଲାଣି । ନିକଟରେ ଏହି ଅଭିନେତା ଜଣଙ୍କ ସାଉଥ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଅପକମିଂ ଫିଲ୍ମରେ କାମ କରୁଛନ୍ତି । ରାଜାମୌଲିଙ୍କ ଫିଲ୍ମରେ ଅନେକ ପ୍ରକାର ଚରିତ୍ରରେ ମହେଶ ବାବୁ ନଜର ଆସିବେ । ଏଥିପାଇଁ ସେ ନିଜର ଲୁକ ବଦଳାଇବାରେ ଲାଗିଛନ୍ତି । ରାଜାମୌଲି ୧୦୦୦ କୋଟି ବଜେଟର ଏକ ଫିଲ୍ମ ପ୍ରସ୍ତୁତ କରୁଥିବା ବେଳେ ସେଥିରେ ମହେଶ ବାବୁ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମ ପାଇଁ ମହେଶ ବାବୁ ୮ପ୍ରକାର ଲୁକ୍‍ ଟେଷ୍ଟ ଦେଇଥିବା ଜଣାପଡିଛି । ରାଜାମୌଲି ବି ଏହି ଲୁକ୍‍ ଟେଷ୍ଟ ଉପରେ କଡା ନଜର ରଖିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମରେ ମହେଶ ବାବୁଙ୍କ ଚରିତ୍ର ପାଇଁ ୮ଟି ଭିନ୍ନ ଲୁକ୍‍ ଚୂଡାନ୍ତ ହୋଇଛି । ୧୦୦୦କୋଟି ବଜେଟ ସହିତ ‘ଏସଏସଏମବି୨୯’ ପ୍ରସ୍ତୁତ କରାଯାଉଛି । ଯାହାକି ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ହେବ ବୋଲି କୁହାଯାଇଛି । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ମହେଶ ବାବୁ ଓ ରାଜାମୌଲି ଏକାଠି କାମ କରିବାର ସୁଯୋଗ ପାଇଛନ୍ତି । ଫିଲ୍ମଟିର କାହାଣୀ ପୁରାଣ ଓ ଭାରତୀୟ ଉପନ୍ୟାସକୁ ସଂଯୋଗ କରୁଥିବା କୁହାଯାଇଛି ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories