ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୪ଜଣ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୂତାବକ ମଙ୍ଗଳବାର ବିଳମ୍ବିତ ରାତିରେ କାକୋରୀ ଅଞ୍ଚଳରେ ମୁଶୀର ନାମକ ଜଣେ ବ୍ୟକ୍ତିଙ୍କ ଘରେ ସର୍ଟ ସର୍କିଟ୍ ହୋଇଥିଲା। ଧିରେ ଧିରେ ନିଆଁ ଘର ସାରା ବ୍ୟାପିଯାଇଥିଲା। ଫଳରେ ଘରେ ଥିବା ୯ ସଦସ୍ୟ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଭ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ରହିଛନ୍ତି। ସୂଚନା ପାିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
Popular Categories



