ନୂଆଦିଲ୍ଲୀ: ରୁଷ୍ ଓ ୟୁକ୍ରେନ ମଧ୍ୟରେ ୨୦୨୨ ଫେବୃଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ। ତେବେ ଏହି ଯୁଦ୍ଧରେ ଫସିଥିବା କେତେକ ଭାରତୀୟଙ୍କ କାହାଣୀ ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ପଞ୍ଜାବର ହୋସିଆରପୁର ଜିଲାର ୭ ଜଣ ଯୁୁବକ ପର୍ଯ୍ୟଟକଭାବେ ରୁଷ୍ ବୁଲିବାକୁ ଯାଇଥିବାବେଳେ ସେମାନଙ୍କୁ ବଳପୂର୍ବକ ଏହି ଯୁଦ୍ଧରେ ସୈନ୍ୟଭାବେ ସାମିଲ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ୧୦୫ ସେକେଣ୍ଡର ଏକ ଭିଡିଓ ଅପ୍ଲୋଡ କରି ତୁରନ୍ତ ଉଦ୍ଧାର କରିବାକୁ ସେମାନେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ଗଗନଦୀପ ସିଂହ ନାମକ ଜଣେ ଯୁବକଙ୍କ ବୟାନ ଅନୁଯାୟୀ ନୂଆବର୍ଷ ପାଳନ କରିବାକୁ ଗତ ଡିସେମ୍ବର ୨୭ରେ ସେମାନେ ୯୦ ଦିନିଆ ପର୍ଯ୍ୟଟକ ଭିସାରେ ରୁଷ୍ ବୁଲିବାକୁ ଯାଇଥିଲେ। ବର୍ତ୍ତମାନ ସେମାନଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ କରାଯାଇଛି ବୋଲି ଗଗନଦୀପ ଅଭିଯୋଗ କରିଛନ୍ତି। ୧୫ ଦିନ ସାମରିକ ତାଲିମ ଦିଆଯିବାପରେ ସେମାନଙ୍କୁ ୟୁକ୍ରେନ ସୀମାରେ ଲଢିବାକୁ ପଠାଯାଇଛି।
Popular Categories



