www.samajalive.in
Monday, December 8, 2025
13.1 C
Bhubaneswar

ଆଇପିଏଲ୍‍ ଆୟୋଜନ ତଦାରଖ ପାଇଁ ଦୁବାଇରେ ଗାଙ୍ଗୁଲି

ଦୁବାଇ : ଚଳିତମାସ ୧୯ରୁ ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ୮ଟିଯାକ ଫ୍ରାଞ୍ଚାଇଜି ଗତମାସଠାରୁ ୟୁଏଇରେ ରହିଛନ୍ତି। ଏବେ ଆଇପିଏଲ୍‍ରେ ସେବା ଯୋଗାଣକାରୀ ସଂସ୍ଥା, ପ୍ରସାରଣକାରୀ ଷ୍ଟାର୍‍ ସ୍ପୋର୍ଟସ ଓ ଆଇପିଏଲ୍‍ ଆୟୋଜନ ସହ ଜଡ଼ିତ କର୍ମକର୍ତ୍ତା ଚଳିତମାସ ପ୍ରାରମ୍ଭରୁ ୟୁଏଇରେ ପହଞ୍ଚି ପ୍ରସ୍ତୁତି ତଦାରଖ କରୁଛନ୍ତି। ବୁଧବାର ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ୍‍ ବୋର୍ଡ (ବିସିସିଆଇ)ର ସଭାପତି ଆଇପିଏଲ୍‍ ଆୟୋଜନ ଓ ପ୍ରସ୍ତୁତିର ତଦାରଖ କରିବା ପାଇଁ ଦୁବାଇରେ ପହଞ୍ଚିଛନ୍ତି। ଭାରତରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଇପିଏଲ୍‍ ଚଳିତବର୍ଷ ୟୁଏଇର ୩ଟି ସହର ଦୁବାଇ, ଆବୁଧାବି ଓ ଶାରଜାରେ ଖେଳାଯିବ। ଗତବର୍ଷର ଦୁଇ ଫାଇନାଲିଷ୍ଟ ମୁମ୍ବଇ ଇଣ୍ଡିଆନ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳାଯିବ।

ଦୁବାଇ ଯିବା ପୂର୍ବରୁ ଗାଙ୍ଗୁଲି ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ପୃଷ୍ଠାରେ ନିଜର ଏକ ଫଟୋ ଛାଡ଼ିଛନ୍ତି। ଏଥିରେ ବିମାନ ଚଢ଼ିବା ପୂର୍ବରୁ ଗାଙ୍ଗୁଲି ମାସ୍କ ଓ ଫେସ୍‍ ସିଲ୍‍ଡ ପିନ୍ଧିବା ଦେଖିବାକୁ ମିଳୁଛି। ଏଥିରେ ଗାଙ୍ଗୁଲି ଲେଖିଛନ୍ତି, ୬ ମାସ ପରେ ମୋର ପ୍ରଥମ ବିମାନଯାତ୍ରା ଦୁବାଇକୁ ଆଇପିଏଲ୍‍ ପାଇଁ। ପୂର୍ବରୁ ଆଇପିଏଲ୍‍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଓ ଅନ୍ୟ ଅଧିକାରୀମାନେ ଦୁବାଇରେ ଅଛନ୍ତି। ଚଳିତବର୍ଷ ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ସ୍ଥଗିତ ରହିବା ଯୋଗୁଁ ଆଇପିଏଲ୍‍ ଆୟୋଜନ ପାଇଁ ବିସିସିଆଇ ସୁଯୋଗ ପାଇସାରିଛି। ଯଦି ଆଇପିଏଲ୍‍ ବାସନ୍ଦ ହୋଇଥାଆନ୍ତା; ତେବେ ବିସିିସିଆଇ ୪୦୦୦ କୋଟି ଟଙ୍କାର ରାଜସ୍ୱ ହରାଇ ଥାଆନ୍ତା। ତେଣୁ ବହୁତ କସରତ କରିବା ପରେ ଆଇପିଏଲ୍‍ ଆୟୋଜନ କରିବାକୁ ଯାଉଛି ବିସିସିଆଇ। ଏହି ଟୁର୍ଣ୍ଣାମେଣ୍ଟ କେବଳ ଟିଭି ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ। ଷ୍ଟାଡିୟମ୍‍ଙ୍କୁ ଦର୍ଶକଙ୍କୁ ଛଡ଼ାଯିବ ନାହିଁ। ୮ଟିଯାକ ଫ୍ରାଞ୍ଚାଇଜିଙ୍କ ପାଇଁ କଠୋର ଜୈବ ନିରାପତ୍ତା ବଳୟ ସୃଷ୍ଟି କରାଯିବା ସତ୍ତ୍ବେ ଚେନ୍ନଇ ସୁପର କିଙ୍ଗ୍‍ସର ୨ ଖେଳାଳିଙ୍କ ସମେତ ୧୩ ଜଣ ୟୁଏଇରେ ପହଞ୍ଚିବା ପରେ କରୋନା ସଂକ୍ରମିତ ହୋଇଛନ୍ତି। ହେଲେ ଏହାପରେ ଆଉ କୌଣସି ପଜିଟିଭ୍‍ ରିପୋର୍ଟ ନ ଆସିବାରୁ ବିସିସିଆଇ ଆଶ୍ୱସ୍ତ ହୋଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories