www.samajalive.in
Monday, December 8, 2025
14.1 C
Bhubaneswar

ସହକାରୀ ବନସଂରକ୍ଷକ ମୃତ୍ୟୁ ମାମଲା : ୨ ଡାକ୍ତର, ତହସିଲଦାରଙ୍କୁ ଜେରା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅପରାଧ ଶାଖାର ତଦନ୍ତ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଆଜି ସକାଳ ସାଢେ ୧୦ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଜେରା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା। ପାରଳାଖେମୁଣ୍ଡି ଜିଲା ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦକୁମାର ପଣ୍ଡାଙ୍କ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କୁ ଚିକିତ୍ସା କରିଥିବା ଡାକ୍ତର କିଶୋରଚନ୍ଦ୍ର ବେହେରା ଓ ଡାକ୍ତର ଅଭିଳାଷ ପଣ୍ଡାଙ୍କୁ ଜେରା କରିଥିଲା ଅପରାଧ ଶାଖା। ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ କିଏ କିଏ ଉପସ୍ଥିତ ଥିଲେ ଓ ସୌମ୍ୟରଞ୍ଜନ କ’ଣ କହିଲେ, ତାଙ୍କ ଅବସ୍ଥା କିପରି ଥିଲା, କି ପ୍ରକାର ଚିକିତ୍ସା ଯୋଗାଯାଇଥିଲା, ଆଖପାଖରେ କିଏ କିଏ ଉପସ୍ଥିତ ଥିଲେ, ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରିବାକୁ କିଏ ନିର୍ଦେଶ ଦେଇଥିଲେ ଆଦି ଅପରାଧ ଶାଖା ପକ୍ଷରୁ ଦୁଇ ଡାକ୍ତରଙ୍କୁ ପଚରା ଯାଇଥିଲା। ଜେରାର ଶିକାର ହୋଇଥିବା ଡାକ୍ତର କିଶୋରଚନ୍ଦ୍ର ବେହେରା ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ ସେ ଓ ମାଜିଷ୍ଟ୍ରେଟ ଉପସ୍ଥିତ ଥିବା କହିଥିଲେ। ଦୁଇଜଣ ଡାକ୍ତରଙ୍କୁ ଜେରା ହୋଇଛି। ମୃତ୍ୟୁକାଳୀନ ଜମାନବନ୍ଦୀର ଡାକ୍ତରଖାନା ପକ୍ଷରୁ କୌଣସି ଭିଡିଓ ରେକର୍ଡିଂ ହୋଇନଥିବା କହିଛନ୍ତି ଅପରାଧ ଶାଖାର ଉପଖଣ୍ଡ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର। କେବଳ ତହସିଲଦାର ଓ ଚିକିତ୍ସା କରିଥିବା ଡାକ୍ତର ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ବେଳେ ଆଇନଶୃଙ୍ଖଳା କାରଣରୁ ପୁଲିସ ବାହାରେ ଉପସ୍ଥିତ ଥିଲା। ସୌମ୍ୟରଞ୍ଜନ ଗୁରୁତର ହୋଇ ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ନେଇଥିବା ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟଠାରେ ଅପରାହ୍ଣରେ ଅପରାଧ ଶାଖା ପ୍ରାୟ ଏକ ଘଣ୍ଟା ଧରି ଜେରା କରିଥିଲେ। ଗଜପତି ଅତିରିକ୍ତ ଜିଲାପାଳଙ୍କ ନିର୍ଦେଶକ୍ରମେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନି ମାଜିଷ୍ଟ୍ରେଟ ଭାବେ ମୃତ୍ୟୁକାଳୀନ ଜମାନବନ୍ଦୀ ନେଇଥିଲେ। ସେପଟେ ଜେରାର ସମ୍ମୁଖୀନ ହେଇଥିବା ତହସିଲଦାର ଅଚ୍ୟୁତାନନ୍ଦ ଜାନି ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories