www.samajalive.in
Tuesday, December 9, 2025
16.1 C
Bhubaneswar

ଫକିର ମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଅନ୍ତରୀଣ ଅଙ୍କୁଶ

କଟକ : ବ୍ୟାସକବି ଫକିର ମୋହନ ସେନାପତିଙ୍କ ଆତ୍ମଜୀବନୀ ପ୍ରକାଶ ଉପରେ ଅଦାଲତ ଅନ୍ତରୀଣ ରୋକ ଲଗାଇଛନ୍ତି। ଫକିର ମୋହନଙ୍କ ଅଣନାତୁଣୀ ଡକ୍ଟର ମୀନାକ୍ଷୀ ଦତ୍ତଙ୍କ ଆବେଦନର ଶୁଣାଣି କରି କଟକ ବରିଷ୍ଠ ସିଭିଲ ଜଜ୍ (କମର୍ସିଆଲ୍ କୋର୍ଟ) ଅଦାଲତ ଏପରି ଅନ୍ତରୀଣ ନିର୍ଦେଶ ପ୍ରଦାନ କରିଛନ୍ତି।
ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ଫକିର ମୋହନଙ୍କ ଆତ୍ମଜୀବନୀ ‘ମୋ ଜୀବନୀ’ ପ୍ରକାଶ କରାଯାଇ ପାରିବ ନାହିଁ ବୋଲି ‌ଅଦାଲତ କହିଛନ୍ତି। ମୂଳ ମାମଲାର ଅଗଷ୍ଟ ୨୪କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ମାମଲାରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ରାଷ୍ଟ୍ରୀୟ ଅଭିଲେଖାଗାରର ସହନିର୍ଦେଶକ ଡକ୍ଟର ଲଲାଟେନ୍ଦୁ ଦାଶମହାପାତ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି। ମୀନାକ୍ଷୀ ଦେବୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଅପ୍ରକାଶିତ ହାତଲେଖା ପ୍ରକାଶ ପ୍ରସଙ୍ଗକୁ ନେଇ ବିବାଦ ଦେଖା ଦେଇଥିଲା। ଫକିର ମୋହନଙ୍କ ହାତଲେଖାର ଡିଜିଟାଲ ଫାଇଲ ପ୍ରସ୍ତୁତ କରିବା ସହିତ ଆତ୍ମଜୀବନୀ ପ୍ରକାଶ ପାଇଁ ଶ୍ରୀ ପଟ୍ଟନାୟକ ଓ ଡକ୍ଟର ଦାଶମହାପାତ୍ର ଆଗେଇ ଆସିଥିଲେ। ବ୍ୟାସକବିଙ୍କ ଉତ୍ତରାଧିକାରୀ ଭାବେ ମୀନାକ୍ଷୀ ଦତ୍ତଙ୍କ ସହ ଏହି ପ୍ରସଙ୍ଗରେ ଏକ ଚୁକ୍ତିନାମା ମଧ୍ୟ କରାଯାଇଥିଲା; କିନ୍ତୁ ସର୍ତ୍ତ ଉଲ୍ଲଙ୍ଘନ କରି ମୀନାକ୍ଷୀ ଦେବୀଙ୍କ ବିନା ଅନୁମତିରେ ଫକିର ମୋହନଙ୍କ ଏହି ହାତଲେଖା ପ୍ରକାଶ ପାଇଁ ଉଦ୍ୟମ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories