www.samajalive.in
Saturday, December 6, 2025
16.1 C
Bhubaneswar

ମାର୍ଚ୍ଚ ପାଇଁ କରୋନା ନିର୍ଦେଶାବଳୀ ଜାରି : ଜିଲାପାଳ କରିବେ ଆବଦ୍ଧାଞ୍ଚଳ ଘୋଷଣା

-ଯାତ୍ରାକୁ ମିଳିଲା ଅନୁମତି, ୨ ହଜାର ଦର୍ଶକ ଦେଖିପାରିବେ
-ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ଜରୁରୀ
-ବାହାଘର, ଶୁଦ୍ଧିକ୍ରିୟାରେ ଆୟୋଜକ ଦେବେ ମାସ୍କ
-ବୟସ୍କ, ଶିଶୁ, ଗର୍ଭବତୀ ଓ ରୋଗାକ୍ରାନ୍ତ ବାହାରେ ବୁଲିବା ମନା
-ଦୋକାନ ଓ ମଲ୍‌ ଆଦିରେ କଟକଣା କଡ଼ାକଡ଼ିକୁ ଗୁରୁତ୍ବ
-ସର୍ବସାଧାରଣରେ ପାନ, ଗୁଟଖା, ତମ୍ବାଖୁ ଓ ମଦ୍ୟପାନ ବାରଣ

ଭୁବନେଶ୍ବର : ଦେଶରେ କରୋନାର ଲେଉଟାଣିକୁ ଦେଖି ରାଜ୍ୟ ସରକାର ମାର୍ଚ୍ଚ ପାଇଁ ନିର୍ଦେଶାବଳୀ ଜାରି କରିଛନ୍ତି। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ବାହାଘର ଓ ଶୁଦ୍ଧି କାର୍ଯ୍ୟ ପାଇଁ ପୂର୍ବବତ ନିର୍ଦେଶ କାଏମ ରହିଛି। ଏହି ସବୁ କାର୍ଯ୍ୟ ପାଇଁ ସର୍ବାଧିକ ୫୦୦ ଲୋକଙ୍କ ସମାଗମ ପାଇଁ ଅନୁମତି ଦିଆଯାଇଛି। ଏଥିପାଇଁ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ପରି କରୋନା ନିର୍ଦେଶାବଳୀ ପାଳନ ବାଧ୍ୟତାମୂଳକ। ବାହାଘର, ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ସମୟରେ ଯେପରି କରୋନା ନିର୍ଦେଶନାମାର ଉଲ୍ଲଘଂନ ନ ହୁଏ ତା’ର ଯାଞ୍ଚ କରିବେ ଆୟୋଜକ। ଆୟୋଜକଙ୍କ ପକ୍ଷରୁ ସବୁ ପ୍ରବେଶ ପଥରେ ମାସ୍କ ପରିଧାନ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ଯେଉଁମାନେ ମାସ୍କ ପିନ୍ଧି ନ ଥିବେ, ସେମାନଙ୍କୁ ଆୟୋଜକ ମାସ୍କ ଯୋଗାଇବେ।
ସେହିପରି ଯାତ୍ରା କଳାକାରଙ୍କ ବିକ୍ଷୋଭ ପରେ ସେମାନଙ୍କ ପାଇଁ କଟକଣା କୋହଳ କରାଯାଇଛି। ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଓ ଅପେରା ପରିବେଷଣ ଅନୁମତି ଦିଆଯାଇଛି। ଏଥିପାଇଁ ଜିଲାପାଳ ଓ କମିସନରଙ୍କ ଅନୁମତି ନେବାକୁ ହେବ। କରୋନାର ସମସ୍ତ ନିର୍ଦେଶାବଳୀ ମାନି ଯାତ୍ରା ପରିବେଷଣ ହୋଇପାରିବ। ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଛି। ଯାତ୍ରାସ୍ଥଳରେ ଦର୍ଶକଙ୍କ ପାଇଁ ପ୍ରତି ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବ ଓ ରୋଗାକ୍ରାନ୍ତଙ୍କୁ ମଞ୍ଚସ୍ଥଳକୁ ଆସିବାକୁ ଅନୁମତି ମିଳିବନି। ବିଶେଷକରି ସଂକ୍ରମଣ ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ମିଳିବ ନାହିଁ। ଅନଲାଇନ ଟିକଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ଅଧିକ ଟିକଟ କାଉଣ୍ଟର ଖୋଲିବାକୁ ଆୟୋଜକଙ୍କୁ ନିର୍ଦେଶ ଦିଆଯାଇଛି।
ସେହିପରି ଶିକ୍ଷାନୁଷ୍ଠାନକୁ ନେଇ ମଧ୍ୟ ନୂଆ ନିର୍ଦେଶନାମା ଜାରି ହୋଇଛି। ଚଳିତ ବର୍ଷର ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା କରିବାକୁ ସରକାର ଅନୁମତି ଦେଇଛନ୍ତି। ବାର୍ଷିକ ପରୀକ୍ଷା ଅନଲାଇନରେ କରିବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକଙ୍କ ସହ କଥା ହୋଇ ଅନଲାଇନରେ ପରୀକ୍ଷା ପାଇଁ ପରାମର୍ଶ ନିଆଯାଇପାରିବ। ପୂର୍ବରୁ ଅଙ୍ଗନବାଡ଼ି, ଧାର୍ମିକ ଅନୁଷ୍ଠାନ, ସିନେମା ହଲ, ଥିଏଟର, ପାର୍କ, ସୁଇମିଂ ପୁଲ, ସେଲୁନ, ବିୟୁଟି ପାର୍ଲର ଆଦି ଖୋଲିବାକୁ ଅନୁମତି ମିଳିସାରିଛି। ତେବେ ଏସବୁ ସ୍ଥାନରେ କରୋନା ନିର୍ଦେଶାନାମା କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି। ବିଭିନ୍ନ ଦୋକାନ ଓ ମଲ ପ୍ରଭୃତିରେ କରୋନା କଟକଣା କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବ ଦିଆଯାଇଛି। ନିୟମ ଉଲ୍ଲଘଂନ ହେଲେ ଜରିମାନା କିମ୍ବା ଏହାକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇପାରେ। ସର୍ବସାଧାରଣରେ ପାନ, ଗୁଟଖା, ତମ୍ବାଖୁ ଓ ମଦ୍ୟପାନ ବାରଣ କରାଯାଇଛି। ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ୬୫ ବର୍ଷରୁ ଊର୍ଦ୍ଧ୍ବ ଓ ଦଶ ବର୍ଷରୁ କମ ବୟସ୍କ ଶିଶୁ, ଗର୍ଭବତୀ ଓ ରୋଗାକ୍ରାନ୍ତ ବାହାରେ ବୁଲିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
କୌଣସି ଅଞ୍ଚଳରେ ସଂକ୍ରମଣ ବଢ଼ିଲେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁଯାୟୀ ଜିଲାପାଳ/ ମହାନଗର କମିସନରଙ୍କ ପରି ସ୍ଥାନୀୟ ଅଧିକାରୀ ଆବଦ୍ଧାଞ୍ଚଳ ଘୋଷଣା ପାଇଁ ସତର୍କତାର ସହ ନିଷ୍ପତ୍ତି ନେଇପାରିବେ। ଏ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଅବଗତ କରାଯିବା ସହିତ ଆବଦ୍ଧାଞ୍ଚଳ ସମ୍ପର୍କରେ ସବିଶେଷ ତଥ୍ୟ ୱେବସାଇଟରେ ପ୍ରଦାନ କରିବେ। ଆବଦ୍ଧାଞ୍ଚଳ ପାଇଁ ସମସ୍ତ ପଦକ୍ଷେପ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦେଶାବଳୀ ଅନୁଯାୟୀ ହେବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories