www.samajalive.in
Saturday, December 6, 2025
26.1 C
Bhubaneswar

କଏଦୀକୁ ସ୍ୱତନ୍ତ୍ର ସୁବିଧା ଦେବାକୁ ନେଇ ଜେଲ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ

ସମ୍ବଲପୁର :  ସମ୍ବଲପୁର ମଣ୍ଡଳ କାରାଗାରରେ ଜଣେ ସଜା କାଟୁଥିବା କଏଦୀକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନକୁ ନେଇ ଜେଲ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର ସୂଚନା ମିଳିଛି। ସୂଚନାନୁଯାୟୀ, ପ୍ରାୟ ଅପରାଧିକ କାଣ୍ଡ ଓ ଏକ ଜଘନ୍ୟ ହତ୍ୟାକାଣ୍ଡ ସମେତ ପ୍ରାୟ ୨୦ଟି ମାମଲା ରହିଥିବା ଜଣେ ଅପରାଧି ସର୍କଲ ଜେଲରେ ସଜା କାଟୁଛନ୍ତି। ତେବେ ଏହି କଏଦୀଙ୍କୁ କିଛି ଅସାଧୁ କର୍ମଚାରୀ ଜେଲ ମଧ୍ୟରେ ସ୍ୱତନ୍ତ୍ର ସୁବିଧା ଦେବା ସହିତ ପରିବାରବର୍ଗଙ୍କୁ ଜେଲ ସମୟ ବ୍ୟତୀତ ଅନ୍ୟ ସମୟରେ ମଧ୍ୟ ଭେଟ ଘାଟର ସୁବିଧା ଯୋଗାଇ ଦେଉଥିବାର ଅଭିଯୋଗ ହେଉଥିବା ବେଳେ କିଛି ଜେଲ କର୍ମଚାରୀ ଏହାକୁ ବିରୋଧ କରୁଛନ୍ତି। ତେବେ ଏହାକୁ ନେଇ ଶନିବାର ସନ୍ଧ୍ୟାରେ ଜେଲ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହିତ କଥା କଟାକଟି ଓ ମାଡପିଟ ପର୍ଯ୍ୟନ୍ତ ଚାଲି ଯାଇଥିଲା। ଏଣୁ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ମାଡପିଟ ହୋଇଥିଲା। ତେବେ ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଏ ନେଇ ଜେଲ କତ୍ତୃପକ୍ଷ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି। ଏଣୁ ଏକ ମାମଲା ରୁଜୁ କରାଯାଇ ଜେଲର ଜଣେ ୱାର୍ଡର ଅଶୋକ ଥାଟିଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଥିବାର ଜଣାପଡ଼ିଛି।

ଅନ୍ୟ ପଟରେ ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ କିଛି ଉପରିସ୍ଥ ଅଧିକାରୀ ମଧ୍ୟ ଏହି ଘଟଣାରେ ସାମିଲ ହେବା ସହିତ ମାଡ ମାରିବା ସହିତ ମାଡ ମଧ୍ୟ ଖାଇଛନ୍ତି। ତେବେ ମାମଲାକୁ ଚପାଇବା ପାଇଁ ଭିନ୍ନ ମାମଲା ଦିଆଯାଇଥିବାର ଅଭିଯୋଗ ହେଉଛି। ଏ ସର୍ମ୍ପକରେ ଧନୁପାଲି ଥାନାକୁ ପଚରାଯିବାରୁ ଜେଲ ପରିସର ମଧ୍ୟରେ ମଦ୍ୟପାନ କରି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିବାର ଅଭିଯୋଗ ମିଳିବା ପରେ ଜଣେ ଜେଲ ୱାର୍ଡରକୁ ଅଟକ ରଖାଯାଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୦୧୮ ମସିହାରେ ସମ୍ବଲପୁର ସହରରେ ଘଟିଥିବା ଡବଲ ମର୍ଡର ଘଟଣାର ଜଣେ ଅଭିଯୁକ୍ତ ସର୍କଲ  ଜେଲରେ ସଜା କାଟୁଛନ୍ତି। ଗତ ଜାନୁଆରୀ ୨୪ ତାରିଖରେ ସେ ନିଜକୁ ଅସୁସ୍ଥ ଥିବା ଦର୍ଶାଇବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ଚିକିତ୍ସାଳୟରେ ପହୁଞ୍ଚିବା ପରେ ଡାକ୍ତର ପରୀକ୍ଷା ପରେ ଔଷଧ ଲେଖି ଛାଡି ଦେଇଥିଲେ। ଏହି ଘଟଣା ପରେ ଜେଲକୁ ଫେରିବା ପରେ ପୁର୍ନବାର ଦେହ ଅସୁସ୍ଥ ଥିବାର କହିବାରୁ ପୁର୍ନବାର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ସେହି ସମୟରେ ଉକ୍ତ ବ୍ୟକ୍ତି ଜଣକ ୱାର୍ଡରେ ଭର୍ତ୍ତି ହେବା ପାଇଁ ଜିଦ ଧରି ବସିଥିଲେ। ତେବେ ପୂର୍ବ ଡାକ୍ତର ଲେଖିଥିବା ଔଷଧ ଗୁଡିକ ଠିକ ଥିବା ଏବଂ ଭର୍ତ୍ତି ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ତାଙ୍କୁ ଦେଖିଥିବା ଡାକ୍ତର କହିବା ପରେ କଏଦୀ ଜଣଙ୍କ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଗାଳିଗୁଲଜ କରିବା ସହିତ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି ନ କଲେ କାହାରିକୁ ଛାଡିବେ ନାହିଁ ବୋଲି ଧମକଚମକ ମଧ୍ୟ ଦେଇଥିଲେ। ଏହି ଘଟଣାର ଏକ ମାସ ପରେ ଜେଲ ମଧ୍ୟରେ ସେହି କଏଦୀଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯିବାକୁ ନେଇ ଜେଲ କର୍ମଚାରୀ ମାନଙ୍କ ମଧ୍ୟରେ ମାଡପିଟ ହୋଇଥିବାର କୁହାଯାଉଛି। ତେବେ ଯେଉଁ କାରଣରୁ ମଧ୍ୟ ମାଡପିଟ ହୋଇଥାଉ, କିନ୍ତୁ ଏଥିରୁ ସ୍ପଷ୍ଟ ହେଉଛି ଯେ ସମ୍ବଲପୁର ମଣ୍ଡଳ କାରାଗାର ମଧ୍ୟରେ ବ୍ୟବସ୍ଥା ଶୃଙ୍ଖଳିତ ନାହିଁ।

- Advertisement -

 

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories