www.samajalive.in
Monday, December 8, 2025
14.1 C
Bhubaneswar

ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ନିର୍ବାଚିତ

ନୂଆଦିଲ୍ଲୀ: ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର କଂଗ୍ରେସର ସଂସଦୀୟ ଦଳ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେବାକୁ ଜିଦ ଧରିଥିବାବେଳେ ଶନିବାର ସକାଳେ କଂଗ୍ରେସ ସଂସଦୀୟ ଦଳ ବୈଠକ ବସିଥିଲା। ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ କଂଗ୍ରେସର ନବନିର୍ବାଚିତ ୫୨ ଜଣ ସାଂସଦ ଯୋଗଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସଂସଦୀୟ ଦଳ ନେତା ପାଇଁ ସୋନିଆଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସର୍ବସମ୍ମତି କ୍ରମେ ସୋନିଆ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ପରେ ସୋନିଆ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ବୈଠକରେ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ। ଗତ ମେ ୨୫ ତାରିଖରେ ଅନୁଷ୍ଠିତ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଶନିବାର ଦଳୀୟ ବୈଠକରେ ଯୋଗଦେଇଥିଲେ। କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଦଳର ଅଧ୍ୟକ୍ଷ ଦାୟିତ୍ଵ ତୁଲାଇବେ ନାହିଁ ଏବଂ ସେ ଇସ୍ତଫା ଦେବାକୁ ଚାହୁଁଛନ୍ତି ବୋଲି କହିଥିଲେ। କିନ୍ତୁ ତାଙ୍କ ନିଷ୍ପତ୍ତିକୁ ବୈଠକରେ ଅଗ୍ରାହ୍ୟ କରିଦିଆଯାଇଥିଲା। ଏହା ପରେ ବି ରାହୁଲ ନିଜ ଜିଦରେ ଅଟଳ ରହିଛନ୍ତି। ତାଙ୍କୁ ଅନେକ ନେତା ମନାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories