www.samajalive.in
Saturday, December 6, 2025
26.1 C
Bhubaneswar

ପୁଅର କାଠ ଫାଳିଆ ମାଡରେ ମା’ର ମୃତ୍ୟୁ, ମାତୃହନ୍ତା ପୁଅ ଗିରଫ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଖଇରମାଲ ଗ୍ରାମରେ ଆଜି ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ଘଟିଯାଇଛି। ଆଜି ବିଶ୍ୱ ରକ୍ତଦାତା ଦିବସରେ ରକ୍ତଦାନ କରି ଜୀବନ ବଞ୍ଚାଇବା ପରିବର୍ତ୍ତେ ଜଣେ ଉତ୍ତ୍ୟକ୍ତ ପୁଅ କାଠ ଫାଳିଆରେ ପିଟି ନିଜ ଜନ୍ମ କଲା ମା’ କୁ ଜୀବନରେ ମାରି ଦେଇଛି। ସକାଳ ପ୍ରାୟ ୬ ଟା ସୁଦ୍ଧା ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଘଟଣା ପରେ ଖଇରମାଲ ଗ୍ରାମକୁ ବିନିକା ପୁଲିସ ପହଞ୍ଚି ମାତୃହନ୍ତା ପୁଅକୁ ଗିରଫ କରିଆଣି ଥାନା ହାଜତରେ ରଖିଛି।

ସୂଚନାଯୋଗ୍ୟ, ଖଇରମାଲ ଗ୍ରାମର ଗଣେଶ ଭୋଇ (୨୮) ନାମକ ଜନୈକ ଯୁବକ କୌଣସି କାରଣକୁ ନେଇ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ମା’ ସତ୍ୟ ଭୋଇ (୬୦)ଙ୍କ ମୁଣ୍ଡକୁ ଅତି ନିର୍ମମ ଭାବେ ପିଟି ହତ୍ୟା କରିଥିଲା। ଏହା ଦେଖି ହତ୍ୟାକାରୀ ଯୁବକର ପିତା ଫଗୁନୁ ଭୋଇ ବଡ଼ ପାଟିରେ ଚିତ୍କାର କରି ଉଠିଥିଲେ। କିନ୍ତୁ ସେତେବେଳକୁ ଉତ୍ତ୍ୟକ୍ତ ହତ୍ୟାକାରୀ ପୁଅର ମାଡ ମା’ ଆଖି ବୁଜି ସାରିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ କାବୁ କରିଥିଲା। ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଥିବା ସତ୍ୟ ଭୋଇଙ୍କୁ ପୁଲିସ ବିନିକା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲା। ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀ କହିଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories