www.samajalive.in
Saturday, December 6, 2025
16.1 C
Bhubaneswar

ସବୁଜ ପ୍ରଯୁକ୍ତିକୁ ନେଇ ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀ

ଭୁବନେଶ୍ୱର: ଇଲେକ୍ଟି୍ରକାଲ୍ ପାୱାର ଇଞ୍ଜିନିୟରିଂ, ଆଡଭାନ୍ସଡ କମ୍ପୁ୍ୟଟିଙ୍ଗ୍ ଏବଂ କମ୍ୟୁନିକେସନ ଇଞ୍ଜିନିୟରିଂ
ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି
ୟୁନିଭର୍ସିଟି) ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ଆୟୋଜିତ ସ୍ମାର୍ଟ ସିଟି ଏବଂ ସମାଜ ନିମନ୍ତେ ସବୁଜ ପ୍ରଯୁକ୍ତିର ଆବଶ୍ୟକତା ଶୀର୍ଷକ
ପ୍ରଥମ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି ।
ଏହି ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀରେ ଆଇଆଇଟି ଗୋଆର ପ୍ରଫେସର ବିଦ୍ୟାଧର ସୁବୁଦ୍ଧି ଯୋଗ ଦେଇ ମାଇକ୍ରୋ ଗ୍ରୀଡ୍
ସିଷ୍ଟମର ନିୟବଣ ସମ୍ପର୍କରେ ଆଲୋକପାତ କରିବା ସହ ଏହାର ସମସ୍ୟା ଓ ଏହାର ବଂଟନ ନିୟବଣ ବିଷୟରେ ମତବ୍ୟକ୍ତ
କରିଥିଲେ । ଗ୍ରୀଡରେ ସମସ୍ୟା ଉପୁଜିଲେ ମାଇକ୍ରୋ ଗ୍ରୀଡ ଆଇଲାଣ୍ଡ ମୋଡକୁ ଚାଲିଯାଏ ତେଣୁ ମାଇକ୍ରୋ ଗ୍ରୀଡ୍ କଂଟ୍ରୋଲରକୁ ଭୋଲ୍ଟ ସପୋର୍ଟର ଆବଶ୍ୟକତା ପଡ଼ିଥାଏ ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି ।
ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପକ୍ଷରୁ ଆୟୋଜିତ ଏହି ଦୁଇ
ଦିନିଆ ସମ୍ମିଳନୀରେ ସିଓଲ୍, ଦକ୍ଷିଣ କୋରିଆର ସେଜଙ୍ଗ ବିଶ୍ୱବିଦ୍ୟାଳୟରର ପ୍ରଫେସର ମମତା ଆଗିୱାଲ୍, ଇଟାଲୀର
ଟେରାମୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଡାନିଏଲ୍ ପେଲୁସି, କାନାଡାର କନ୍କୋର୍ଡିଆ ବିଶ୍ୱବିଦ୍ୟାଳୟର ପ୍ରପେସର ଅକ୍ଷୟ
ରାଠୋର, ଆଇଆଇଟି ଦିଲ୍ଲୀର ପ୍ରଫେସର ଭୀମ ସିଂହ ଏବଂ ପ୍ରଫେସର ବି.କେ. ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରଫେସର ଆଗିୱାଲ୍ ସ୍ମାର୍ଟ ସିଟିରେ ୱାର୍ଲେସ୍  କମ୍ୟୁନିକେସନ ସମସ୍ୟା ଏବଂ ଇଣ୍ଡଷ୍ଟି୍ର ୪.୦ ସମ୍ପର୍କରେ ଆଲୋଚନା କରିଥିବା ବେଳେ  ୫ଜି ଏବଂ ୬ଜି ୱାର୍ଲେସ୍ ସିଷ୍ଟମ୍ର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।
ପ୍ରଫେସର ରାଠୋର ଇଲେକ୍ଟି୍ରକ୍ ଭେଇକଲ୍ର ଗବେଷଣା ଓ ବିକାଶ, ଭାରତରେ ଭୂମି ପରିବହନ ଓ ଇଲେକ୍ଟି୍ରକାଲ୍ ଭେଇକଲ୍
ଚାର୍ଜିଙ୍ଗ୍ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଆଇଟିଇଆର ଇଞ୍ଜିନିୟରିଂ ବିଭାଗର ମୁଖ୍ୟ
ପ୍ରଫେସର ରେଣୁ ଶର୍ମା ଅତିଥି ମାନଙ୍କର ସ୍ୱାଗତ କରିବା ସହ ବର୍ତମାନ ପ୍ରଯୁକ୍ତି କ୍ଷେତ୍ରରେ ସମାଜରେ ବିକାଶ ଓ
ଆଧୁନିକୀକରଣର ଆବଶ୍ୟକତା ରହିଛି ବୋଲି କହିଥିଲେ ।  ସୋଆର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ) ପ୍ରଫେସର ପି.କେ. ନନ୍ଦ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ, ସୋଆର ମଲ୍ଟିଡିସିପ୍ଲିନାରି ରିସର୍ଚ୍ଚ ସେଂଟର୍ର ନିଦେ୍ର୍ଦଶକ ପ୍ରଫେସର ପି.କେ. ଦାଶ, ଆଇଟିଇଆର୍ ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ  ଜିଟିଏସିଏସର   ଅର୍ଗାନାଇଜିଂ ଚେୟାର ପ୍ରଫେସର ମନୋହର ମିଶ୍ର ଉପସ୍ଥିତ ଥିଲେ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories