www.samajalive.in
Saturday, December 6, 2025
26.1 C
Bhubaneswar

ପରପାରିରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଦ୍ମବିଭୂଷଣ ପଣ୍ଡିତ ଯଶରାଜ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ

ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି । ଆମେରିକାରେ  ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ‘ପଣ୍ଡିତଜୀ’ ଭାବରେ ପରିଚିତ ପଣ୍ଡିତ ଯଶରାଜ ଭାରତୀୟ ସଙ୍ଗୀତ ଜଗତର ଧ୍ରୁବତାରା ରୂପେ ପରିଗଣିତ ଓ ସେ ମେୱାନୀ ଘରାନା ସହ ସମ୍ପୃକ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଯଶରାଜଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କର ବିୟୋଗ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଣ୍ଡିତ ଯଶରାଜ କେବଳ ଅସାଧାରଣ ବ୍ୟକ୍ତିତ୍ବ ନ ଥିଲେ, ଗୁରୁ ରୂପେ ତାଙ୍କର ଭିନ୍ନ ପରିଚୟ ଥିଲା । ତାଙ୍କର ପରିବାର ଓ ସାରା ବିଶ୍ବରେ ତାଙ୍କର ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

- Advertisement -

ପଣ୍ଡିତ୍ ମହାରାଜଙ୍କ ଝିଅ ଦୁର୍ଗା ଯଶରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମେରିକୀୟ ସମୟ ସକାଳ ୫.୧୫ରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି ବୋଲି ଦୁର୍ଗା ଯଶରାଜ କହିଛନ୍ତି ।

ପଣ୍ଡିତ ମହାରାଜ ନିଜ ଜୀବନ କାଳରେ ପଦ୍ମ ବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ, ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାରୱାଡ଼ ସଙ୍ଗୀତ ରତ୍ନ ପୁରସ୍କାର ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୩୦ ଜାନୁଆରୀ ୨୮ ତାରିଖରେ ହିସାରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଯଶରାଜ ୪ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ । ବଡ଼ଭାଇ ତାଙ୍କର ଲାଳନପୋଷଣ କରିଥିଲେ । ପିଲାଦିନେ ଯଶରାଜଙ୍କୁ ତାଙ୍କର ପିତା ପଣ୍ଡିତ ମୋତିରାମ ସଙ୍ଗୀତ ଶିକ୍ଷା ଦେଇଥିଲେ ଓ ପିତାଙ୍କ ପରଲୋକ ପରେ ଭାଇ ପଣ୍ଡିତ ପ୍ରତାପ ନାରାୟଣ ତବଲା ଶିକ୍ଷା ପ୍ରଦାନ କରିଥିଲେ । ୧୪ ବର୍ଷ ବୟସରେ ସେ ସଙ୍ଗୀତଗାନ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଓ ଏହାପୂର୍ବରୁ ତବଲା ବାଦନ ଶିକ୍ଷା ଶେଷ କରିଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ପଣ୍ଡିତଜୀ ଭାରତ,କାନାଡ଼ା ଓ ଆମେରିକାରେ ସଙ୍ଗୀତ ଶିକ୍ଷା ଦେଇଥିଲେ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories