www.samajalive.in
Saturday, December 13, 2025
26.1 C
Bhubaneswar

୪୦ ମିନିଟ୍‌ରେ ପୁରୁଣା ଫୋନ୍ ବଦଳରେ ମିଳିବ ନୂଆ ସ୍ମାର୍ଟଫୋନ, ଜାଣନ୍ତୁ କିପରି..

ସମାଜ ଡିଜିଟାଲ ଡେସ୍କ: ବଜାରରେ ଲଗାତର ଭାବେ ନୂଆ ନୂଆ ଫୋନ୍ ଲଞ୍ଚ୍‌ ହେଉଛି। ସମସ୍ତେ ନୂଆ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ଚାହାଁନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ପୁରୁଣା ଫୋନ୍‌କୁ କ’ଣ କରାଯିବ, କାରଣ ପୁରୁଣା ଫୋନ୍‌କୁ ତ ଫୋପାଡ଼ି ହେବନାହିଁ। ସାଧାରଣତଃ ଲୋକେ ସେମାନଙ୍କର ପୁରୁଣା ଫୋନ୍ ବିକ୍ରି କରିବାକୁ ପସନ୍ଦ କରନ୍ତି। କିନ୍ତୁ ଏବେ ଆପଣଙ୍କ ପାଇଁ ଏକ ଭଲ ଖବର ଅଛି। ଫ୍ଲିପ୍‌କାର୍ଟ ମିନିଟ୍ସ ଭାରତରେ ଏକ ନୂଆ ଏବଂ ଆକର୍ଷଣୀୟ ସେବା ଆରମ୍ଭ କରିଛି, ଯାହା ସାହାଯ୍ୟରେ ଆପଣ ଏବେ ଆପଣଙ୍କ ପୁରୁଣା ଫୋନ୍ ବଦଳାଇ ମାତ୍ର ୪୦ ମିନିଟରେ ଏକ ନୂଆ ସ୍ମାର୍ଟଫୋନ୍ ପାଇପାରିବେ। ଆସନ୍ତୁ ଜାଣିବା କେମିତି –

ପୁରୁଣା ଫୋନ୍‌ ବଦଳରେ ନୂଆ ସ୍ମାର୍ଟଫୋନ୍:

- Advertisement -

ଫ୍ଲିପକାର୍ଟ ମିନିଟ୍ସ ଏକ ନୂତନ ସେବା ଆରମ୍ଭ କରିଛି। ଏଥିରେ ଆପଣ ଆପଣଙ୍କର ପୁରୁଣା ଫୋନ୍ ବଦଳାଇ ପାରିବେ। ଏହି ସେବା ମାଧ୍ୟମରେ ଆପଣ ଆପଣଙ୍କ ପୁରୁଣା ଫୋନ୍‌ର ସଠିକ୍ ମୂଲ୍ୟ ଜାଣିପାରିବେ, ଏହାକୁ ଆପଣଙ୍କ ଘରୁ ପିକ୍‌ଅପ୍‌ କରାଇପାରିବେ ଏବଂ ସେହି ଦିନ ନୂଆ ସ୍ମାର୍ଟଫୋନ୍‌ର ମୂଲ୍ୟରେ ରିହାତି ପାଇପାରିବେ। ଏହି ସୁବିଧା ବର୍ତ୍ତମାନ ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ମୁମ୍ବଇର କିଛି ନିର୍ଦ୍ଦିଷ୍ଟ ପିନ୍ କୋଡରେ ଉପଲବ୍ଧ ଏବଂ ଜୁଲାଇରୁ ସମସ୍ତ ସହରରେ ଏହି ସେବା ଆରମ୍ଭ ହେବ।

କେମିତି କାମ କରେ ଏହି ସେବା ?

ଏହି ସ୍ମାର୍ଟଫୋନ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ୍ ଫ୍ଲିପକାର୍ଟ ମିନିଟ୍ସ ଆପ୍‌ରେ ଉପଲବ୍ଧ। ଯେତେବେଳେ ଆପଣ ଏକ ନୂଆ ସ୍ମାର୍ଟଫୋନ୍ ବାଛୁଛନ୍ତି, ଆପଣଙ୍କୁ ଆପଣଙ୍କ ପୁରୁଣା ଫୋନର କିଛି ବିବରଣୀ ଦେବାକୁ ପଡ଼ିବ। ପୁରୁଣା ଫୋନର ବିବରଣୀ ଦେବା ମାତ୍ରେ, ଆପଣଙ୍କୁ ତୁରନ୍ତ ଏହାର ମୂଲ୍ୟ ଜଣାଇ ଦିଆଯିବ। ଏହାପରେ କିଛି ମିନିଟ୍ ମଧ୍ୟରେ ଫ୍ଲିପ୍‌କାର୍ଟର ଜଣେ ଏକ୍ସଚେଞ୍ଜ ଏକ୍ସପର୍ଟ ଆପଣଙ୍କ ଘରେ ପହଞ୍ଚିବେ। ସେ ଆପଣଙ୍କ ପୁରୁଣା ଫୋନ୍ ଯାଞ୍ଚ କରିବେ ଏବଂ ଏହାକୁ ନେଇଯିବେ।

ଖରାପ ଫୋନ୍ ବି ବଦଳାଇ ପାରିବେ:

ଏହାପରେ ଆପଣଙ୍କୁ ନୂଆ ସ୍ମାର୍ଟଫୋନ୍‌ ଉପରେ ଆକର୍ଷଣୀୟ ଅଫର ଦିଆଯିବ। ଏ ସମସ୍ତ କାମ ୪୦ ମିନିଟ୍‌ରୁ ବି କମ୍‌ ସମୟରେ ହୋଇଯିବ। ସବୁଠାରୁ ଭଲ କଥା ହେଉଛି, ଆପଣ ଆପଣଙ୍କର ସ୍ମାର୍ଟଫୋନକୁ ଯେକୌଣସି ଅବସ୍ଥାରେ ବଦଳାଇ ପାରିବେ, ଏପରିକି ଏହା ଖରାପ ହୋଇଯାଇଥିଲେ ମଧ୍ୟ ଏହାକୁ ବଦଳାଇ ପାରିବେ। ଆପଣଙ୍କ ପୁରୁଣା ଫୋନର ଅବସ୍ଥା ଅନୁସାରେ ଆପଣ ୫୦% ପର୍ଯ୍ୟନ୍ତ ଏକ୍ସଚେଞ୍ଜ ମୂଲ୍ୟ ପାଇପାରିବେ।

ଏମିତି କରନ୍ତୁ ଏକ୍ସଚେଞ୍ଜ:

– ଯେଉଁ ସ୍ମାର୍ଟଫୋନ୍‌ ଆପଣ କିଣିବାକୁ ଚାହୁଁଛନ୍ତି, ତା’ର ପ୍ରଡକ୍ଟ ପେଜ୍‌କୁ ଯାଆନ୍ତୁ।

– ଏକ୍ସଚେଞ୍ଜ ଓ୍ବିଜେଟ୍‌କୁ ଯାଇ ଚେକ୍ ପ୍ରାଇସ୍‌ ଉପରେ କ୍ଲିକ୍‌ କରନ୍ତୁ।

– ନିଜ ପୁରୁଣା ଫୋନ୍‌ର ବ୍ରାଣ୍ଡ ଓ ମଡେଲ ଚୟନ କରନ୍ତୁ।

– ନିଜ ଡିଭାଇସ୍‌ର ଅବସ୍ଥା ଚୟନ କରନ୍ତୁ ଏବଂ ଆପଣଙ୍କୁ ସେହି ହିସାବରେ ଆନୁମାନିକ ମୂଲ୍ୟ ଦେଖାଯିବ।

– ଏକ୍ସଚେଞ୍ଜ ନିଶ୍ଚିତ କରନ୍ତୁ ଏବଂ ଆପଣଙ୍କର ନୂତନ ଫୋନ୍ ଅର୍ଡର କରନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories