www.samajalive.in
Friday, December 12, 2025
19.1 C
Bhubaneswar

ମୁଣ୍ଡରୁ ହଟିବ ଅଳିଆ ଚିନ୍ତା

ଭୁବନେଶ୍ବର: ଅଳିଆ ଦେଖିଲେ ପାଖକୁ ଚାଲିଯାଉଛି, ଆପେ ଆପେ ଖୋଲି ଯାଉଛି ଢ଼ାଙ୍କୁଣି ଏବଂ ଅଳିଆ ଭର୍ତ୍ତି ହୋଇଗଲା ପରେ ଆପେ ଫେରିଯାଇ ଯଥା ସ୍ଥାନରେ ରହୁଛି। ଏମିତି ସ୍ବୟଂ ଚାଳିତ ସ୍ମାର୍ଟ ଡଷ୍ଟବିନ ନିର୍ମାଣ କରିଛନ୍ତି ଦୁଇ ଓଡ଼ିଆ ଇଞ୍ଜିନିୟର ଛାତ୍ର। ଲୋକଙ୍କ ଜୀବନ ଶୈଳୀ ଯେତିକି ବଦଳୁଛି ତାକୁ ତାଳ ଦେଇ ନୂତନ ଜ୍ଞାନ କୌଶଳରେ ଉଦ୍ଭାବନ ହେଉଛି ଯନ୍ତ୍ରପାତି। ତେବେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଯିଏ ଅଲୋଡ଼ା ବା ଘର ପାଇଁ ଯେ ଚିନ୍ତାକରଣ ତାହାକୁ କିଭଳି ଠିକଣା ଭାବେ ପରିଚାଳନା କରିହେବ ସେ ନେଇ ଦୁଇ ଯୁବ ଇଞ୍ଜିନିୟରିଂ ଛାତ୍ର ଆଗେଇ ଆସିଛନ୍ତି। ତାଙ୍କ ଗବେଷଣାରେ ନିର୍ମାଣ କରିଛନ୍ତି ସ୍ବୟଂଚଳିତ ସ୍ମାର୍ଟ ଡଷ୍ଟବିନ୍‌। ଯେଉଁଥିରେ ଘରର ଅଳିଆ ଧରିବା ମା‌େ‌ତ୍ର ସ୍ମାର୍ଟ ଡଷ୍ଟବିନ୍‌ ଆପଣା ଛାଏଁ ପାଖକୁ ଗଡି ଆସିବ। କେଁ କେଁ ଶବ୍ଦ ଡଷ୍ଟବିନ୍‌ର ଢ଼ାଙ୍କୁଣି ଖୋଲିଯିବ। ଏଭଳି ଏକ ପ୍ରକଳ୍ପ ସିଇଟି ଇଞ୍ଜିନିୟରିଂ କଲେଜର ଦ୍ବିତୀୟ ବର୍ଷର ଛାତ୍ର ଅଭିଷେକ କୁମାର ଓ ତ୍ରିଦୀପ୍‌ ବାରିକ୍ ଉଦ୍ଭାବନ କରିଛନ୍ତି। ସ୍ବୟଂଚଳିତ ଡଷ୍ଟବିନ୍‌ ବା ‘ଅଡୁ’ ନାଁରେ ନାମିତ କରିଛନ୍ତି।

ଏହି ସ୍ମାର୍ଟ ଡଷ୍ଟବିନ୍‌କୁ ଚଳାଇବା ଅତି ସହଜ। ମୋବାଇଲରେ ଅପଡେଟ୍‌ କରି ଏହି ସୁବିଧା ପାଇପାରିବେ। ଏହି ସ୍ମାର୍ଟ ଡଷ୍ଟବିନ୍‌ ସାଧାରଣ ଡଷ୍ଟବିନ୍‌ ଠାରୁ ଯଥେଷ୍ଟ ଭିନ୍ନ। ଯାହା ସମ୍ପୂର୍ଣ୍ଣ ମୋବାଇଲ ଚାଳିତ। ଏହାକୁ ଆଣ୍ଡ୍ରଏଡ୍‌ ଆପ୍‌ ମାଧ୍ୟମରେ ପରିଚାଳନା କରାଯାଇ ପାରିବ। ଡଷ୍ଟବିନ୍‌କୁ ମୋବାଇଲ ସହ ସଂଯୋଗ କଲେ ବ୍ଲୁ-ଟୁଥ୍‌ ସେନ୍‌ସର ସାହାଯ୍ୟରେ ଏଥିରେ ବ୍ୟବହୃତ ଚକ ନିୟନ୍ତ୍ରଣ ହେବ। ମୋବାଇଲ ଆପ୍‌ ଖୋଲିବା ପରେ ଆପଣ ନିର୍ଦେଶ ଦେଉଥିବା ସ୍ଥାନରେ ଗତିକରି ସ୍ବୟଂଚାଳିତ ଡଷ୍ଟବିନ୍‌ ଆପଣଙ୍କ ନିକଟରେ ପହଞ୍ଚିବ। ତେବେ ଅଡୁ ପହଞ୍ଚିବା ପରେ ଆପଣକୁ ଡଷ୍ଟବିନ୍‌ ଖୋଲିବାକୁ ମଧ୍ୟ ପଡିବ ନାହିଁ। ଅଳିଆ ଦେଖିବା ମାତ୍ରେ ଅଟୋମେଟିକ୍‌ ସେନ୍‌ସର ମାଧ୍ୟମରେ ଡଷ୍ଟବିନ୍‌ଟି ଆପେ ଆପେ ଖୋଲିଯିବ। ଅଳିଆ ପକାଇଲା ପରେ ପୁଣି ଆପେ ବନ୍ଦ ହୋଇଯିବ। ପୁଣି ନିର୍ଦେଶକ୍ରମେ ଉକ୍ତ ସ୍ଥାନରେ ଆପଣାଛାଏଁ ରହିଯିବ। ମାତ୍ର ୫୦୦ ଟଙ୍କା ବ୍ୟୟରେ ଘରେ ବ୍ୟବହୃତ ଯେକୌଣସି ଡଷ୍ଟବିନ୍‌ରେ ଖଞ୍ଜି ବ୍ୟବହାର କରି ହେବ ବୋଲି ଦୁଇ ଛାତ୍ର ମତ ଦେଇଛନ୍ତି। ଅଳିଆ ପକାଇବା ବେଳେ ଅନେକ ସମୟରେ କେହି କେହି ଏଣେତେଣେ ପକାଉଛନ୍ତି। ଡଷ୍ଟବିନ୍‌ରେ ଅଳିଆ ପକାଇବା ଲାଗି ମନ ବଳାଉ ନାହାନ୍ତି। ହେଲେ ଏହାଦ୍ବାରା ଆପଣଙ୍କ ଅଭ୍ୟାସକୁ ନିଶ୍ଚିତ ପରିବର୍ତ୍ତନ ଆସିବ। ଆଗକୁ ଏନେଇ ଅଧିକ ଗବେଷଣା କରିବା ସହ ଏହାର ମୂଲ୍ୟ ଓ ବ୍ୟବହୃତ ସରଞ୍ଜାମ କମାଇବା ଲାଗି ସେମାନେ ଲକ୍ଷ୍ୟ ରଖିଥିବା ଉଭୟ ଛାତ୍ର ପ୍ରକାଶ କରିଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories