www.samajalive.in
Sunday, December 7, 2025
16.1 C
Bhubaneswar

ଶୋଇବା ସମୟରେ ମୁଣ୍ଡ ପାଖରେ ଏହି ଦ୍ରବ୍ୟ ରଖିବା ଅନୁଚିତ୍‌

ରାତିରେ ଭଲ ଭାବେ ଶୋଇବା ଦ୍ବାରା ଶାରୀରିକ ଥକ୍କାପଣ ଦୂର ହୋଇଥାଏ। ଏହାସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଏପରି କିଛି ଦ୍ରବ୍ୟ ରହିଛି ଯାହାକୁ ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ରଖିବା ଅନୁଚିତ।  ତାହାଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ। ଆସନ୍ତୁ ଜାଣିବା ସେହି ଦ୍ରବ୍ୟ ସମ୍ବନ୍ଧରେ ..

ରାତିରେ ଶୋଇବା ବେଳେ ପାଣିର ପାତ୍ରକୁ ଆପଣଙ୍କ ମୁଣ୍ଡ ପାଖରେ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଚନ୍ଦ୍ରମାଙ୍କ କୁପ୍ରଭାବ ଆପଣଙ୍କ ଉପରେ ପଡିଥାଏ। ଯାହାଦ୍ବାରା ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ହୋଇଥାଏ।

- Advertisement -

ଶୋଇବା ପୂର୍ବରୁ ଜୋତା ଓ ଚପଲକୁ ଖଟ ନିକଟରେ ଖୋଲନ୍ତୁ ନାହିଁ ଓ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଘର ଭିତରକୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

ମୋବାଇଲ ଓ ଲ୍ୟାପଟପକୁ କେବେ ବି ଶୋଇବା ବେଳେ ଖଟ ଉପରେ ରଖି ଶୁଅନ୍ତୁ ନାହିଁ। ଏହାଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ।

କୌଣସି ପ୍ରକାରର ତେଲକୁ ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ। ଏପରି କରିବା ଦ୍ବାରା ଜୀବନରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

କେବେ ବି ଖଟର ଠିକ ସାମନାରେ ଦର୍ପଣ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଘରେ ବାସ୍ତୁଦୋଷ ପଡିଥାଏ। ଏହାଦ୍ବାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଓ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories