www.samajalive.in
Saturday, December 6, 2025
26.1 C
Bhubaneswar

ମୁହଁ ପାଇଁ ଲାଭଦାୟକ ବିଟ୍

ବିଟ୍ ମୁହଁ ପାଇଁ ଲାଭଦାୟକ ହୋଇଥାଏ। ଏହା ମୁହଁକୁ ସତେଜ ଓ ପ୍ରାକୃତିକ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ।

ବିଟକୁ ବ୍ୟବହାର କରି ଗାଲ ଓ ଓଠକୁ ପ୍ରାକୃତିକ ରୂପେ ଗୋଲାପୀ ରଙ୍ଗ କରି ପାରିବା। ସେଥିପାଇଁ ବିଟକୁ ଛେଚି ତାକୁ ଖରାରେ ଶୁଖାଇ ଦିଅନ୍ତୁ। ଖରାରେ ଭଲ ଭାବେ ଶୁଖିଲା ପରେ ତାହକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ସେଥିରେ ବାଦାମ ତେଲ ପକାଇ ଭଲ ଭାବେ ମିଶାଇ ଏକ କାଚ ବୋତଲରେ ରଖନ୍ତୁ।

- Advertisement -

ପ୍ରତିଦିନ ଓଠ ଓ ଗାଲରେ ସେଥିରୁ ଗୋଟିଏ ବୁନ୍ଦା ଲଗାନ୍ତୁ।
ମୁହଁ ପାଇଁ କ୍ରୀମ ବ୍ୟବହାର କରୁଥିଲେ ସେଥିରେ ବିଟ୍‌ ଗୁଣ୍ଡ ମିଶାଇ ଲଗାନ୍ତୁ। ତାପରେ ତାହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ।

ଆଖି ତଳ କଳା ପଡୁଥିଲେ ବିଟ ରସରେ ୪-୫ ବୁନ୍ଦା ବାଦାମ ତେଲ ପକାଇ ପ୍ରତ୍ୟେକ ଦିନ ଲଗାନ୍ତୁ। ତାପରେ ଫେଶୱାସରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଆଖି ତଳ ସଫା ହୋଇଯିବ।

ମୁହଁରେ ବିଭିନ୍ନ ପ୍ରକାରର ଦାଗ ଥିଲେ ମୁଲତାନି ମାଟିରେ ବିଟ ରସ ମିଶାନ୍ତୁ। ତାପରେ ମିଶ୍ରଣଟିକୁ ମୁହଁ ଓ ବେକରେ ଭଲ ଭାବେ ଲଗାଇ ଦିଅନ୍ତୁ। ତାପରେ ମୁହଁକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କରିବା ପରେ ଆପଣ ମୁହଁରେ ଫରକ ଜାଣି ପାରିବେ।

ବୟସ ବଢିବା ସହ ମୁହଁରେ ତାହା ପ୍ରତିଫଳିତ ହୋଇଥାଏ। ଏଥିରୁ ବର୍ତ୍ତିବା ପାଇଁ ପ୍ରତିଦିନ ମୁହଁରେ ବିଟ ରସ ଲଗାନ୍ତୁ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories