www.samajalive.in
Wednesday, December 10, 2025
26.1 C
Bhubaneswar

ହାଓ୍ବଡା- ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ହେଲ୍ପଲାଇନ୍‌ ନମ୍ବର ଜାରି

ନୂଆଦିଲ୍ଲୀ: ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ।  ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଝାଡଖଣ୍ଡର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି। ଆଜି ଭୋର୍ ସମୟରେ ଏକ୍ସପ୍ରେସଟି ଏକ ମାଲବାହୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଏଥିରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚକ୍ରଧରପୁର ଡିଭିଜନର ରାଜଖରସୁଆଁରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ରାଉରକେଲା, ଝାରସୁଗୁଡା , ଚକ୍ରଧରପୁର , ଟାଟାନଗର ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ରାଉରକେଲାପାଇଁ୦୬୬୧-୨୫୦୧୦୭୨/୨୫୦୦୨୪୪/୨୫୦୦୨୪୪/୨୫୦୦୧୯୧/୨୫୦୦୧୭୧ନମ୍ବର ରହିଥିବା ବେଳେ ଝାରସୁଗୁଡା ପାଇଁ ହେଲ୍ପଲାଇନ ନମ୍ବର ୦୬୬୪୫-୨୭୨୫୩୦ ରହିଛି। ସେହିପରି ଚକ୍ରଧରପୁର ପାଇଁ ୭୨୭୭୦,୦୬୫୮୭-୨୩୮୦୭୨, ଟାଟାନଗର ପାଇଁ ୦୬୫୭-୨୨୯୦୩୨୪ ରହିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories