www.samajalive.in
Friday, December 5, 2025
23.1 C
Bhubaneswar

କୋଇଲା ଲୁଟ୍ ଘଟଣା: ଦ୍ଵିତୀୟ ଦିନରେ ଯାଞ୍ଚ କରୁଛି ଏସଆଇଟି ଟିମ୍

ସୁନ୍ଦରଗଡ଼: କୋଇଲା ଲୁଟ ଘଟଣା। ଆଜି ଦ୍ଵିତୀୟ ଦିନରେ ବି ଏସଆଇଟି ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶର ଏକ ମାସ ପରେ  ତୃଣମୂଳ ସ୍ତରରୁ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଟିମ। କଟକ ଭିଜିଲାନ୍ସ ଏସପି ଏମ ରାଧାକ୍ରିଷ୍ଣନ୍‌ଙ୍କ ନେତୃତ୍ବରେ ଜଣେ ଡିଏସପି, ଇନ୍ସପେକ୍ଟର, ସବଇନ୍ସପେକ୍ଟରଙ୍କ ସହ ଦୁଇଜଣ ଭୂତତ୍ତ୍ବବିତ୍‌ଙ୍କ ସମେତ ୧୦ ଜଣିଆ ଟିମ ସମସ୍ତ ଚୋରା ଖଣି ଯାଇ ଯାଞ୍ଚ କରିବା ସହ ଡିଜିପିଏସ ସାହାଯ୍ୟରେ ପୁଣି ଥରେ ଖୋଳାଯାଇଥିବା ଖଣିର ଆକଳନ କରିଛି। ଏହି ଦଳଙ୍କ ସହ ତହସିଲଦାର ସାରିକାରାଣୀ ଧମେଲ, ଗୋପାଳପୁର ରାଜସ୍ବ ନୀରିକ୍ଷକ ସୁନୀଲ ପଟେଲ, ଡୁଡୁକା ଫରେଷ୍ଟ ରେଞ୍ଜର ହରିହର ପାତ୍ର, ଖଣି ଅଧିକାରୀ ମଙ୍ଗଳ ହେମ୍ବ୍ରମ ଓ ଅନ୍ୟ ଖଣି ବିଭାଗ ଅଧିକାରୀ ସହ ଓରସାକ ଟିମ ଓ ଭୁବନେଶ୍ବରର ସ୍ବତନ୍ତ୍ର ଏନଫର୍ସମେଣ୍ଟ ଟିମ ମଧ୍ୟ ସାମିଲ ରହିଛନ୍ତି। ଏହି ଟିମ ଗୋପାଳପୁର ପଞ୍ଚାୟତର ତେଲେନଡିହି ରାଜସ୍ବ ଜଙ୍ଗଲ ମଧ୍ୟରେ ୧୪ଟି ଚୋରା ଖଣି ଯାଞ୍ଚ କରିଥିଲେ। ଏହା ପରେ ଭୋଗ୍ରାକଚ୍ଛାରର ଜାମକାନୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ତିନୋଟି ଚୋରା ଖଣି ଯାଞ୍ଚ ପରେ ରତନସରାରେ ମଧ୍ୟ କୋଇଲା ଖଣିର ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସହ ଡିଜିପିଏସ ସର୍ଭେ ମଧ୍ୟ କରାଯାଇଥିଲା। ଏହା ପ୍ରାଥମିକ ତଦନ୍ତ, ଏହା ପରେ ଆହୁରି ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରାଯିବ। ଖଣି ସବୁ କେତେ ପୁରୁଣା, ପୂର୍ବରୁ କେବେ କେବେ ଖଣି ଚୋରି ହୋଇଛି ସେସବୁ ଯାଞ୍ଚ କରାଯିବ। ତଦନ୍ତ ପରେ ଯାହା ନିଷ୍କର୍ଷ ବାହାରିବ ସେ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ତଦନ୍ତକାରୀ ଟିମର ମୁଖ୍ୟ କଟକ ଭିଜିଲାନ୍ସ ଏସପି ଏମ.ରାଧାକ୍ରିଷ୍ଣନ୍। ସୂଚନାଯୋଗ୍ୟ, ହେମଗିରି ତହସିଲ ଗୋପାଳପୁରର ତେଲେନଡିହିରେ ୧୪, ରତନସରାରେ ୩ ଏବଂ ଭୋଗ୍ରାକଚ୍ଛାରରେ ୩ଟି ବେଆଇନ କୋଇଲା ଖଣି କରି ଲୁଟ କରାଯାଇଛି ୯ ହଜାର ୮ ଶହ ୪୩ ଟନ କୋଇଲା। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ବୋଲି ଆକଳନ କରି ସରକାରଙ୍କୁ ଖଣି ବିଭାଗ ରିପୋର୍ଟ ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସର ଏସଆଇଟି ତଦନ୍ତ ନିର୍ଦେଶ ଦେଇଥିଲେ। ସୁନ୍ଦରଗଡ଼ ଜିଲାରେ ଏତେ ବଡ ଖଣି ଲୁଟ ଦୁର୍ନୀତି ସାରା ରାଜ୍ୟରେ ହୁଲସ୍ତୁଲ କରିଥିବା ଏହି କୋଇଲା ଚୋରି ଘଟଣାରେ କିଛି ଗୋଟେ ବଡ ଧରଣର କାର୍ଯ୍ୟାନୁଷ୍ଠନ ହେବା ନେଇ ଆଶା ସଞ୍ଚାର ହୋଇଛି। ପୂର୍ବରୁ ହେମଗିରି ତହସିଲ ଅନ୍ତର୍ଗତ ଗୋପାଳପୁର, ରତନସରା ଏବଂ ଭୋଗ୍ରାକଚ୍ଛାର ରାଜସ୍ବ ଏବଂ ସଂରକ୍ଷିତ ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ହେଲା ପରେ ବିଭିନ୍ନ ସ୍ତରରେ ତଦନ୍ତ ହେବା ସହ ଖୋଦ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆସି ଖଣି ଅଞ୍ଚଳ ଦେଖିବା ସହ ସ୍ଥିତି ପରଖିଥିଲେ। ଆଶା କରଯାଇଥିଲା ସରକାର ଅସଲ କାର୍ପଟଦାରକୁ ଧରିବ, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ବର୍ତ୍ତମାନ ଏସଆଇଟି ଲୁଟ୍‌ର ଯାଞ୍ଚ କଲା ପରେ ଖଣି ବିଭାଗ ଉପନିର୍ଦେଶକଙ୍କ ତଦନ୍ତ ରିପୋର୍ଟ, ଜିଲା ପ୍ରଶାସନର ମିଳିତ ଟିମର ରିପୋର୍ଟ, ଖଣି ଏବଂ ଭୁତତ୍ତ୍ବ ବିଭାଗ ସ୍ବତନ୍ତ୍ର ଟିମର ତଦନ୍ତ ରିପୋର୍ଟ ସହ ଜିଲାପାଳ ଓ ଏସପିଙ୍କ ତଦନ୍ତ ରିପୋର୍ଟକୁ ଭିଜିଲାନ୍ସର ଏସଆଇଟି ତର୍ଜମା କରିବ ବୋଲି ଜଣାପଡିଛି। ଏହା ସହ ଆଜି ନିଆଯାଇଥିବା ଡିଜିପିଏସର ରିପୋର୍ଟ ଅନୁଧ୍ୟାନ କରିବା ସହ ସାଟେଲାଇଟ ଚିତ୍ର ଗୁଡ଼ିକ ମଧ୍ୟ ଯାଞ୍ଚ କରିବ ଏସ ଆଇଟି ବୋଲି ଜଣାପଡିଛି ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories