www.samajalive.in
Saturday, December 13, 2025
26.1 C
Bhubaneswar

ଗିରିଖାତକୁ ବସ୍‌ ଖସି ୭ ମୃତ

ସିମଳା : ହିମାଚଳପ୍ରଦେଶର ସିରମଉର ଜିଲାରେ ଶନିବାର ଏକ ସ୍କୁଲ ବସ୍‌ ଗିରିଖାତକୁ ଖସିପଡ଼ିବାରୁ ୭ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ଛାତ୍ରଛାତ୍ରୀ ଏବଂ ବସ୍‌ଚାଳକ ଅନ୍ତର୍ଭୁକ୍ତ। ମୃତ ଛାତ୍ରଛାତ୍ରୀଙ୍କ ବୟସ ୫ରୁ ୧୪ ମଧ୍ୟରେ ହୋଇଥିବାବେଳେ ଚାଳକଙ୍କ ବୟସ ୪୦। ମୃତକଙ୍କ ମଧ୍ୟରେ ଦୁଇ ଭାଇ-ଭଉଣୀ ଅଛନ୍ତି। ବସ୍‌ଟି ସ୍ଥାନୀୟ ଡିଏଭି ସ୍କୁଲ, ରେଣୁକାକୁ ଯାଉଥିବ‌ାବେଳେ ପୂର୍ବାହ୍ଣ ୮ଟା ୩୦ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ଅନ୍ୟ ୧୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସିରମଉର ଡେପୁଟି କମିସନର ଲଲିତ ଜୈନ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories