ଆସିଲା ସିମ୍ପଲ ଓ୍ବନ ଇଲେକ୍ଟ୍ରିକ୍ ସ୍କୁଟରର ନୂଆ ମଡେଲ, ଥରେ ଚାର୍ଜ କଲେ ଯିବ ୨୪୮ କି.ମି.

ନୂଆଦିଲ୍ଲୀ : ସିମ୍ପଲ ଏନର୍ଜି ନିଜ ସିମ୍ପଲ ଓ୍ବନ ଇଲେକ୍ଟ୍ରିକ୍ ସ୍କୁଟରର ଅପଡେଟେଡ୍ ଭର୍ସନ ଲଞ୍ଚ୍ କରିଛି । କହିରଖୁଛୁ ଅପଡେଟ୍ ପୂର୍ବରୁ ଏହି ସ୍କୁଟର ୨୧୨ କିଲୋମିଟର ରେଞ୍ଜ ପ୍ରଦାନ କରୁଥିଲା । ଏବେ ଏହା ୨୪୮ କିଲୋମିଟର ରେଞ୍ଜ ପ୍ରଦାନ କରିବ । କହିରଖୁଛୁ ଅପଗ୍ରେଡ୍ ପରେ ସ୍କୁଟରର ଏକ୍ସ-ଶୋରୁମ୍ ଦାମ୍ ୧.୬୬ ଲକ୍ଷ ଟଙ୍କା ।
ସ୍କୁଟରର ଅପଡେଟେଡ୍ ମଡେଲରେ ଅନେକ ସଫ୍ଟଓ୍ବେୟାର ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନରେ ଆପ୍ ଇଣ୍ଟିଗ୍ରେସନ ନେଭିଗେସନ, ଅପଡେଟେଡ୍ ରାଇଡ୍ ମୋଡ୍, ପାର୍କ ଆସିଷ୍ଟ, ଓଟିଏ ଅପଡେଟ୍, ରିଜନରେଟିଭ୍ ବ୍ରେକିଂ, ଟ୍ରିପ୍ ହିଷ୍ଟ୍ରି, କଷ୍ଟମାଇଜେବଲ ଡ୍ୟାଶ୍ ଥିମ୍, ଫାଣ୍ଡ୍ ମାଇ ଭେଇକଲ ଫିଚର୍ ଓ ଅଟୋ ବ୍ରାଇଟନେସ୍ ସାମିଲ । ଏହା ବ୍ୟତୀତ ଏଥିରେ ରାପିଡ୍ ବ୍ରେକ୍, ଟାୟାର ପ୍ରେଶନ ମନିଟରିଂ ସିଷ୍ଟମ ଓ ୟୁଏସବି ଚାର୍ଜିଂ ପୋର୍ଟ ଭଳି ଫିଚର୍ସ ମଧ୍ୟ ରହିଛି ।
କହିରଖୁଛୁ ସିମ୍ପଲ ଓ୍ବନ ଜେନ୍ ୧.୫ ଅବ ସିମ୍ପଲ ଏନର୍ଜି ଡିଲରସିପରେ ଉପଲବ୍ଧ । ସିମ୍ପଲ ଓ୍ବନ ଜେନ୍ ୧.୫ରେ ୭୫୦ ଓ୍ବାଟ୍ ଚାର୍ଜର ରହିଛି । ଇଲେକ୍ଟ୍ରିକ୍ ସ୍କୁଟର ୨.୭୭ ସେକେଣ୍ଡରେ ଶୂନ୍ୟରୁ ୪୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ । ଏହା ବ୍ୟତୀତ ସ୍କୁଟରରେ ୩୦ ଲିଟରରୁ ଅଧିକ ଅଣ୍ଡର-ସିଟ୍ ଷ୍ଟୋରେଜ୍ ମଧ୍ୟ ରହିଛି । କହିରଖୁଛୁ ସିମ୍ପଲ ଏନର୍ଜିର ଏବେ ବେଙ୍ଗାଲୁରୁ, ଗୋଆ, ପୁଣେ, ବିଜୟଓ୍ବାଡା, ହାଇଦ୍ରାବାଦ ଓ କୋଚ୍ଚିରେ ଷ୍ଟୋର ରହିଛି । କମ୍ପାନୀ ଆଗାମୀ ଆର୍ଥିକ ବର୍ଷ ମଧ୍ୟରେ ଆଉ ୨୩ ରାଜ୍ୟରେ ୧୫୦ ନୂଆ ଷ୍ଟୋର ଓ ୨୦୦ ସର୍ଭିସ ସେଣ୍ଟର ଖୋଲିବା ପାଇଁ ଯୋଜନା କରୁଛି ।
Comments are closed.