www.samajalive.in
Friday, December 5, 2025
26.1 C
Bhubaneswar

ଏବେ ୯ରୁ ଅଧିକ ସିମ୍‌ କାର୍ଡ ଜଣଙ୍କ ନାମରେ ରହିଲେ ହେବ ଏହି ସବୁ ଅସୁବିଧା

ନୂଆଦିଲ୍ଲୀ – ପୂର୍ବରୁ ଲୋକମାନେ ନିଜ ନାଁରେ ମନଇଚ୍ଛା ସିମ୍‌ କାର୍ଡ ରଖୁଥିଲେ । ବେଳେ ବେଳେ ଆପଣ ଦେଇଥିବା ପ୍ରମାଣପତ୍ରରେ ବି ଅନ୍ୟମାନଙ୍କୁ ବ୍ୟବସାୟୀମାନେ ସିମ୍‌ କାର୍ଡ ଦେଇ ଦେଉଥିଲେ ।ମାତ୍ର ଏବେ ୯ଟିରୁ ଅଧିକ ସିମ୍‌ କାର୍ଡ ରଖିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦୂର ସଂଚାର ବିଭାଗ ଏନେଇ ଏକ ନିର୍ଦେଶ ବା ମାର୍ଗ ଦର୍ଶିକ ଜାରି କରିଛି ।

୯ଟିରୁ ଅଧିକ ସିମ୍‌ କାର୍ଡ ଥିବା ଲୋକମାନେ ଏ ବିଷୟରେ ସତ୍ୟପାଠ ଦାଖଲ କରିବା ପାଇଁ ପଡିବ । ଜମ୍ମୁ-କାଶ୍ମୀର ତଥା ଆସାମରେ ଜଣଙ୍କ ପାଇଁ ସର୍ବାଧିକ ସିମ୍‌ କାର୍ଡ ସଂଖ୍ୟା ୬ ରଖାଯାଇଛି । ଅନୁମତିରୁ ଅଧିକ ସିମ୍‌ କାର୍ଡ ରଖିଥିବା ଗ୍ରାହକମାନଙ୍କୁ କେଉଁ ସିମ୍‌ କାର୍ଡ ଚାଲୁ ରଖିବେ ଏବଂ କାହାକୁ ବନ୍ଦ କରିବେ ସେ ନେଇ ଲିଖିତ ଭାବରେ ଜଣାଇ ପାରିବେ ।

- Advertisement -

ତେବେ ୯ରୁ ଅଧିକ ସିମ୍‌ କାର୍ଡ ରଖିଲେ  ଉପଭୋକ୍ତାମାନଙ୍କୁ ଏହାର କାରଣ ଲିଖିତ ଭାବରେ ଜଣାଇବା ପାଇଁ ପଡିବ । ଏଥିପାଇଁ ଦରକାର ହେଲେ ସତ୍ୟପାଠ ଦାଖଲ କରିବେ ।

ଏବେ ଅଧିକ ସିମ୍‌ କାର୍ଡ ନେଇ କିଛି ଲୋକ ବିଭିନ୍ନ ଅନ୍‌ଲାଇନ୍‌ ଠକେଇ କରୁଥିବା ଏବଂ ତା ପରେ ସେହି ସିମ୍‌କାର୍ଡରୁ ବନ୍ଦ କରିଦେଉଥିବା ନଜରକୁ ଆସିଛି । ଏହାକୁ ରୋକିବା ତଥା ଅନ୍ୟ ଅର୍ଥନୈତିକ ଅପରାଧକୁ ବନ୍ଦ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଟ୍ରାଇ ପକ୍ଷରୁ କୁହାଯାଇଛି । ଯେଉଁ ସବୁ ସିମ୍‌ କାର୍ଡର ଉପଯୋଗ ହେଉ ନାହିଁ ସେ ସବୁକୁ ଟେଲିକମ୍‌ ସେବା ପ୍ରଦାନକାରୀଙ୍କ ଡାଟା ବେଶ୍‌ରୁ ହଟାଇବା ପାଇଁ କୁହାଯାଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories