www.samajalive.in
Saturday, December 6, 2025
26.1 C
Bhubaneswar

ରିଲାଏନ୍ସ ଜିଓରେ ୫୬୫୫ କୋଟି ନିବେଶ କରିବ ସିଲ୍‌ଭର ଲେକ୍‌

ମୁମ୍ବଇ: ଆମେରିକାର ଘରୋଇ ଇକ୍ବିଟି କମ୍ପାନୀ ସିଲ୍‌ଭର ଲେକ୍‌ ପାର୍ଟନର୍ସ ରିଲାଏନ୍ସ ଜିଓ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମ୍ସରେ ୧ ପ୍ରତିଶତ ଅଂଶଧନ କ୍ରୟ କରିଛି। ଏଥିପାଇଁ ସିଲ୍‌ଭର ଲେକ୍‌ କମ୍ପାନୀ ଜିଓ ପ୍ଲାଟଫର୍ମ୍ସରେ ୫୬୫୫.୭୫ କୋଟି ଟଙ୍କାର ନିବେଶ କରିବ। ଏହି ନିବେଶ ଫଳରେ ଜିଓ ପ୍ଲାଟଫର୍ମ୍ସର ଇକ୍ବିଟି ମୂଲ୍ୟ ୪.୯୦ ଲକ୍ଷ କୋଟି ଏବଂ ଏଣ୍ଟରପ୍ରାଇଜ ମୂଲ୍ୟ ୫.୧୫ ଲକ୍ଷ କୋଟିରେ ପହଞ୍ଚିବ।

ଏହି ଡିଲ୍‌ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଆମ୍ବାନୀ ସୂଚନା ଦେଇ କହିଛନ୍ତି, ସିଲ୍‌ଭର ଲେକ୍‌ ଫାର୍ମ ବିଶ୍ଵର ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ସହିତ ଭଲ ଅଂଶୀଦାର ହେବାର ରେକର୍ଡ ରହିଛି। ଟେକ୍ନୋଲୋଜି ଏବଂ ଆର୍ଥିକ ମାମଲାରେ ସିଲ୍‌ଭର ଲେକ୍‌ ଏକ ଲୋକପ୍ରିୟ କମ୍ପାନୀ।

- Advertisement -

ସୂଚନାଯୋଗ୍ୟ, ରିଲାଏନ୍ସ କମ୍ପାନୀ ଉପରେ ଏବେ ୩.୫ ଲକ୍ଷ କୋଟି ଟଙ୍କାର ଋଣ ଭାର ରହିଛି। ଗତବର୍ଷ ଅଗଷ୍ଟରେ ମୁକେଶ ଆମ୍ବାନୀ କହିଥିଲେ ଯେ, ତାଙ୍କ କମ୍ପାନୀ ୧୮ ମାସ ଅର୍ଥା ୨୦୨୧ ମାର୍ଚ୍ଚ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଋଣମୁକ୍ତ ହୋଇଯିବ। ଏଥିପାଇଁ ଅର୍ଥରାଶି ଯୋଗାଡ଼ କରିବା ଦିଗରେ କମ୍ପାନୀ ସମସ୍ତ ପ୍ରକାର ପ୍ରୟାସ କରୁଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories