www.samajalive.in
Monday, December 8, 2025
14.1 C
Bhubaneswar

ମା’ ଶ୍ୟାମା କାଳୀଙ୍କ ପୂଜାର୍ଚ୍ଚନା ପ୍ରସ୍ତୁତି 

ବରପାଲି : ବରପାଲି ବରଦା ମା’ଶ୍ୟାମା କାଳିଙ୍କ ପୁଜା କାର୍ଯ୍ୟକ୍ରମ ନିତି ପରମ୍ପରା ମଧ୍ୟରେ କୋଭିଡ଼ ନିତି ନିୟମକୁ ସମ୍ମାନ ଜଣାଇ ଅଚଂଳର ବିଭିନ୍ନ ସଂସ୍ଥା ପକ୍ଷରୁ ମଣ୍ଡପ ନିର୍ମାଣ ସହ ପ୍ରସ୍ତୁତି ଆଗେ ଚାଲିଛି। ସ୍ଥାନୀୟ ଶ୍ୟାମା କ୍ଲବ ପକ୍ଷରୁ ଆୟୋଜିତ ୫୨ତମ ପୂଜାର୍ଚ୍ଚନା ପୂଜାକମିଟି ଓ ପଣ୍ଡିତ ମାନଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ନିତକାନ୍ତି ଅନୁଶାରେ କୋଭିଡ଼ ନିତି ନିୟମ ପାଳନିୟ ମାକ୍ସ ଓ ସେନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟସୂଚି ଅନୁଯାୟୀ ଭକ୍ତ ଓ କମିଟି ସଦସ୍ୟ ମାନେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଇ ଉତ୍ସବରେ ସାମିଲ ହୋଇ ମାଁଙ୍କ ଆଶୀର୍ବାଦ ଳାଭ କରିବେ। ଆସନ୍ତା ନଭେମ୍ବର ୧୪ ସଂଧ୍ୟା ସମୟରେ କଳସ ଶୋଭାଯାତ୍ରା ହୋଇ ମଣ୍ଡପରେ ପୂଜାର୍ଚ୍ଚନା ଶୁଭାରମ୍ଭ ହେବ। ୧୫ତାରିଖ ପଣ୍ଡିତ ମାନଙ୍କ ଦ୍ୱାରା ଚଣ୍ଡିପାଠ ସହ ହୋମଯଜ୍ଞ ଅନୁଷ୍ଠାନ ପ୍ରଥା ଅନୁସାରେ ପାଳିତ ହେବ। ୧୬ତାରିଖ  ଚଣ୍ଡିପାଠ ଓ ଯଜ୍ଞ ଅନୁଷ୍ଠାନର ପୂର୍ଣ୍ଣାହୁତୀ ପର୍ବ ସମାପନ ହେବା ସହ ରାତ୍ର ସମୟରେ ମା’ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଏବଂ ଭଷାଣି ଉତ୍ସବ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ ପାଳିତ ହେବ ବୋଲି କମିଟି କର୍ମକର୍ତ୍ତା ମାନେ ଜଣାଇଛନ୍ତି। ବର୍ତ୍ତମାନ ମଣ୍ଡପ ସାଜସଜ୍ଜା ଅତ୍ୟନ୍ତ ସାଧାରଣ ଭାବରେ ନିର୍ମାଣ କାର୍ଯ୍ୟ ଏକପ୍ରକାର ଆଗେଇ ଚାଲିଛି। ସେହିପରି ବ୍ଲକର ବିଭିନ୍ନ ଗ୍ରାମରେ ପାଳନୀୟ ହେଉଥିବା ମା’ଙ୍କ ପୂଜାଉତ୍ସବ ଅତ୍ୟନ୍ତ ସାଧାରଣ ଭାବରେ ପୂଜାପ୍ରଥା ପାଳନ ମଧ୍ୟରେ ପ୍ରସ୍ତୁତି କାର୍ଯ୍ୟ କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories