www.samajalive.in
Monday, December 8, 2025
27.1 C
Bhubaneswar

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ୪ ଗୁରୁତର

କଣ୍ଟାବାଞ୍ଜି : ତୁରେକେଲା ରାସ୍ତା ଫରେଷ୍ଟ କରପୋରେସନ ଡିପୋ ଟର୍ଣ୍ଣିଙ୍ଗ ରାସ୍ତାରେ ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ଉଭୟ ପଟରୁ ଦ୍ରୁତ ଗତିରେ ଯାଉଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି ।ଆହତମାନଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ରେଫର ହୋଇଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ପଟୁ ଗଡଗଡବାହାଲର ବୈକୁଣ୍ଠ ହିଆଁଲ(୨୫) ସାଙ୍ଗରେ ବସିଥିବା ସେହି ଗ୍ରାମର ଯମୁନା କୁମ୍ଭାର(୧୮)କୁ ନେଇ ତୁରେକେଲା ଆଡେ ଯାଉଥିବା ବେଳେ ତୁରେକେଲା ପଟରୁ ଖୁଟୁଲୁମୁଣ୍ଡା ଗ୍ରାମର କୃତିବାସ ଦୀପ (୩୫), ବିରଞ୍ଚି ସଗ୍ରିଆ(୪୦) ବାଇକରେ ଦ୍ରୁତ ଗତିରେ ଆସୁଥିବାବେଳେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଖବର ପାଇ ପାଖରେ ଥିବା ଅଗ୍ନିଶମ ବିଭାଗର କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କର ମୁଣ୍ଡ ଓ ଗୋଡରେ ଜୋର ଆଘାତ ହୋଇଥିବାରୁ ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି। ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories